ମୁମ୍ବାଇ: ସଲମାନ୍ ଖାନ୍ଙ୍କ ଅପକମିଂ ଫିଲ୍ମ ‘ଭାରତ୍’ରେ ପ୍ରିୟଙ୍କା ଚୋପ୍ରା ସଲମାନଙ୍କ ନାୟିକା ହେବେ ବୋଲି ଜଣାପଡ଼ିଥିଲା । ନିକଟରେ ପ୍ରିୟଙ୍କା ଚୋପ୍ରା ଯେତେବେଳେ ମୁମ୍ବାଇରେ ପହଞ୍ଚଥିଲେ,ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ, ସେ ‘ଭାରତ୍’ରେ ହିରୋଇନ୍ ହେବେ ବୋଲି ମୁମ୍ବାଇ ଫେରିଛନ୍ତି। ଏଭଳି ଆକଳନ କରାଯାଉଥିଲା ଯେ,ଦୀର୍ଘ ଦିନ ଦିନ ହେବ ସଲାମାନ୍ଙ୍କ ସହିତ ପ୍ରିୟଙ୍କା ଚୋପ୍ରା ଫିଲ୍ମ କରି ନାହାନ୍ତି। ତା’ଛଡ଼ା ତାଙ୍କୁ ଭଲ ବଲିଉଡ଼୍ ମୁଭିର ଅଫର ବି ମିଳୁ ନାହିଁ। ଏଥିପାଇଁ ସେ ‘ଭାରତ୍’ର ସୁଯୋଗକୁ ହାତଛଡ଼ା କରିବେ ନାହିଁ। ଆହୁରି ମଧ୍ୟ ଶୁଣିବାକୁ ମିଳୁଥିଲା ଯେ,ନିଜେ ପ୍ରିୟଙ୍କା ସଲମାନ୍ ଖାନ୍ଙ୍କ ଭଉଣୀ ଅର୍ପିତା ଓ ଅଲ୍ଭିରାଙ୍କୁ ଭେଟି ‘ଭାରତ୍’ରେ ନାୟିକା ଭୂମିକା ପାଇବା ଲାଗି ଲବି କରିବେ।କିନ୍ତୁ ତାହା ସମ୍ଭବ ହେଲା ନାହିଁ।
‘ଭାରତ୍’ରେ ପ୍ରିୟଙ୍କା ଏବେ ଆଉ ନାହାନ୍ତି ବୋଲି ଏହାର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫର୍ ଟ୍ଵିଟରରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି କି ଏବେ ପ୍ରେମିକ ନିକ୍ ଜୋନାସ ତାଙ୍କର ପ୍ରାଥମିକତା। ତାଙ୍କୁ ସମୟ ଦେବାକୁ ସେ ଚାହୁଁଛନ୍ତି। ତା’ଛଡ଼ା ପ୍ରେମିକ ନିକଙ୍କୁ ବାହା ହେବାକୁ ମନ କରିଲେଣି। ହୋଇପାରେ ଏ ବର୍ଷ ବା ଆର ବର୍ଷ ପ୍ରିୟଙ୍କା ବିବାହ କରିବେ।ତାଙ୍କୁ ଅନେକ ଶୁଭକାମନା ।
Follow Us