ଆର୍ଥିକ ସଂକଟ ହେତୁ ଘର ବନ୍ଧକ ରଖିଲେ ପ୍ରିୟଙ୍କା-ନିକ୍‌

Advertisment
ଆର୍ଥିକ ସଂକଟ ହେତୁ ଘର ବନ୍ଧକ ରଖିଲେ ପ୍ରିୟଙ୍କା-ନିକ୍‌

Glamour

ମୁମ୍ବାଇ:  ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚେ‌ାପ୍ରା ତାଙ୍କ ଆମେରିକୀୟ ଗାୟକ ସ୍ବାମୀ ନିକ୍‌ ଜୋନସ୍‌ଙ୍କ ସହ ଆମେରିକାରେ ରହୁଛନ୍ତି। ଏହି ଦମ୍ପତି ଏବେ ଲସ୍‌ ଏଞ୍ଜେଲ୍‌ସର ଏକ ବିଳାସମୟ ଘରେ ରହୁଛନ୍ତି। ତାଙ୍କ ସହ ତାଙ୍କ କୁନି କୁନି ଝିଅ ମାଳତୀ ମ୍ୟାରି ଓ ଏକ ଗୃହପାଳିତ ପଶୁ ମଧ୍ୟ ରହୁଛନ୍ତି। ବର୍ତ୍ତମାନ ନିକଟରେ ଏକ ରିପୋର୍ଟ ଆସିଛି ଯେ ପ୍ରିୟଙ୍କା ଓ ନିକ୍‌ ନିଜର ୨୦ ମିଲିୟନ୍‌ ଡଲାର୍‌ (୧୪୯ କୋଟି) ଟଙ୍କାର ଘରକୁ ବନ୍ଧକ ରଖିଛନ୍ତି।

ରେଡ୍ଡିଟରେ ନିକଟରେ ପ୍ରକାଶିତ ଏକ ପୋଷ୍ଟରେ ଦର୍ଶାଯାଇଛି ଯେ ଏହି ସେଲିବ୍ରିଟି ଦମ୍ପତି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଘର ପାଇଁ ଭଡ଼ା ହିସାବରେ ପ୍ରତି ମାସରେ ୧୦୦୦,୦୦୦ ଡଲାର ଦେବାକୁ ପଡୁଛି। ସେଥିପାଇଁ ସେମାନେ ବ୍ୟାଙ୍କ୍‌ରେ ନିଜ ଘର ବନ୍ଧକ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଲୋଲାପାଲୋଜା ୨୦୨୪ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ, ତାଙ୍କ ଭାଇ କେଭିନ ଜୋନାସ ଏବଂ ଜୋ ଜୋନାସ ମୁମ୍ବାଇରେ ପହଞ୍ଚିଥିଲେ। ପ୍ରଶଂସକମାନେ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ ସେମାନଙ୍କୁ ପଚାରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe