elle.com
ମୁମ୍ବାଇ: ଗ୍ଲୋବାଲ୍ ତାରକା ଦମ୍ପତି ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସଙ୍କ ବିବାହକୁ ୨ବର୍ଷ ପୂରଣ ହୋଇସାରିଛି। ବିବାହର ଦୁଇ ବର୍ଷ ହସଖୁସିରେ ସଂସାର ଚାଲିଥିବା ବେଳେ ଏବେ ପ୍ରିୟଙ୍କା, ନିକ୍ଙ୍କୁ ଗାଳିଗୁଳଜ କରି ଗାଡ଼ିରୁ ଓହ୍ଲାଇ ଦେଇଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ଉଭୟଙ୍କ ଭିତରେ କିଛି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି।
କିନ୍ତୁ ଏସବୁ ବାସ୍ତବରେ ନୁହେଁ, ରିଲ୍ ଲାଇଫ୍ର କଥା। କଥା କ’ଣ କି, ପ୍ରିୟଙ୍କା ଓ ନିକ୍ ନିଜର ଆଗାମୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ରର ଏକ ଦୃଶ୍ୟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ କିଛି ସମସ୍ୟା ସୃଷ୍ଟି ହେଉଛି ଓ ଯେଉଁଥିପାଇଁ ପ୍ରିୟଙ୍କା ଗାଳିଗୁଲଜ କରି ନିକ୍ଙ୍କୁ ଗାଡ଼ିରୁ ଓହ୍ଲାଇ ଦେଉଛନ୍ତି।
Follow Us