ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !

ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !

ଓଲିଉଡର ହସକୁରୀ ଓ ଚୁଲୁବୁଲି ନାୟିକା ଭାବେ ବେଶ୍‌  ଲୋକପ୍ରିୟତା ହାସଲ କରିଥିଲେ ପ୍ରିୟା । ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଡ୍ରିମ୍‌ଗାର୍ଲ’ରେ ପ୍ରଥମେ  ସିନେ ନାୟିକା ଭାବେ ବଡ଼ ପରଦାକୁ  ଆସିଥିଲେ ।  ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି।

ପ୍ରିୟାଙ୍କୁ  ଅଭିମନ୍ୟୁ, ବାଇଶ ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ  ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।‘ଡ୍ରିମ୍‌ଗାର୍ଲ’ପରେ ପ୍ରିୟା ଯେଉଁ ଅନ୍ୟ ସବୁ ନିର୍ଦ୍ଦେଶକଙ୍କ ସହ ଏକାଧିକ ଥର  କାମ କରିଛନ୍ତି ସେହି ତାଲିକାରେ ଅଛନ୍ତି ଆଉ କେତେଜଣ ନିର୍ଦ୍ଦେଶକ।

ଏହାପରେ ପ୍ରିୟା ପୁଣି ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦୋସ୍ତି’ରେ ଅନ୍ୟତମ ନାୟିକାଭାବେ ପରଦାକୁ ଆସିଥିଲେ। ଏଯାବତ୍‌ ସେ ଅଶୋକଙ୍କ ସହ ମାତ୍ର ଦୁଇଟି ସିନେମାରେ କାମ କରିଛି। ଅନ୍ୟଜଣେ ନିର୍ଦ୍ଦେଶକ ହେଲେ ସଞ୍ଜୟ ନାୟକ ଯାହାଙ୍କ ସହ ପ୍ରିୟା ସବୁଠୁ ବେଶୀ ସିନେମାରେ କାମ କରିଛନ୍ତି। ହଁ ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଚାରିଟି ଛବିରେ ନଜର ଆସିଛନ୍ତି। ଏଗୁଡ଼ିକ ହେଲା ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ବାଇଶ ପାହାଚେ ଖେଳିବ ମୀନ ଏବଂ ତୋ’ ବାଟ ଚାହିଁଛି ରାତି ସାରା । ଅପରପକ୍ଷରେ ପ୍ରିୟା ନିର୍ଦ୍ଦେଶକ ସୁଶାନ୍ତ ମଣି,ଦୀଲିପ ପଣ୍ଡା,ବସନ୍ତ ସାହୁ, ସୁଧାଂଶୁମୋହନ ସାହୁ,ତାପସ ସରଘରିଆଏବଂ ହିମାଂଶୁ ପରିଜା ପ୍ରମୁଖଙ୍କ ସହ ଥରେ ମାତ୍ର କାମ କରିଛନ୍ତି।

ତେବେ ବିବାହ ପରେ  ପ୍ରିୟା କୌଣସି ବି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି । ଏହା ଅବଶ୍ୟ ଭିନ୍ନ କଥା ଯେ ବିବାହ ପରେ ତାଙ୍କ ଅଭିନୀତ ଏକ ଓଡ଼ିଆ ଛବି ‘ ତୋ’ ବାଟ ଚାହିଁଛି ରାତି ସାରା ’ ମୁକ୍ତିଲାଭ  କରିଥିଲା । ଏହା ମଧ୍ୟ ତାଙ୍କର ଶେଷ ସିନେମା ।

୨୦୧୩ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ  ଏହି ସୁଇଟ୍‌ ନାୟିକା ।  ତାଙ୍କ ଅଧିକ ସିନେମାରେ ହିରୋଇନ୍‌ଭାବେ  ଦେଖିବାକୁ  ଚାହୁଁଥିବା  ପ୍ରଶଂସକମାନେ ସେମାନଙ୍କର ପ୍ରିୟ ନାୟିକା   ପ୍ରିୟାଙ୍କୁ  ପ୍ରାୟ ସାଢ଼େ ତିନି ବର୍ଷ ହେବ ଆଉ ରୁପେଲି ପରଦାରେ ଦେଖିବାରୁ ବଞ୍ଚିତ  ହୋଇଛନ୍ତି । ତାଙ୍କ ଅଭିନୀତ ‘ ତୋ’ ବାଟ ଚାହିଁଛି  ରାତି ସାରା ’ ୨୦୧୪ ଜାନୁଆରିରେ ରିଲିଜ ହୋଇଥିଲା ।

ପ୍ରିୟା  ଚୌଧୁରୀ  ଅବଶ୍ୟ ବିବାହ ପରେ  ସମୟ ସମୟରେ  ଛୋଟ ପରଦାରେ  ନଜର ଆସିଛନ୍ତି ।  ସାର୍ଥକ ଟିଭିରେ ପ୍ରସାରିତ ‘ ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍‌’ରେ ଜଜ୍‌ଭାବେ ନଜର ଆସିଛନ୍ତି ପ୍ରିୟା । ପ୍ରାୟ ଦୁଇ ବର୍ଷତଳେ ଚର୍ଚ୍ଚା ହେଉଥିଲା ଯେ ପ୍ରିୟା ପୁଣି ବଡ଼ ପରଦାକୁ ଫେରିବେ ହେଲେ ସେଭଳି କିଛି ଘଟିନଥିଲା। ଯାହା ଜଣାପଡ଼ୁଛି ସେ ବଡ଼ପରଦାକୁ ଅଲବିଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe