indiatoday
ମୁମ୍ବାଇ: ଲେଖିକା ଈରା ତ୍ରିବେଦୀଙ୍କୁ ବିବାହ କଲେ ଚଳଚ୍ଚିତ୍ର ନିର୍ମାତା ମଧୁ ମଣ୍ଟେନା। ଜୁନ୍ ୧୧ରେ ଅର୍ଥାତ୍ ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡ଼ିଛି। ବିବାହ ସମାରୋହର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଧୁ ଏକ ପାରମ୍ପାରିକ ଧୋତି ଏବଂ ମେଳ ଖାଉଥିବା କୁର୍ତ୍ତା ପିନ୍ଧିଥିବା ବେଳେ ଈରା ଗୋଲାପୀ ରଙ୍ଗର କାଞ୍ଜୀବରମ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି।
ଈରା ତ୍ରିବେଦୀ ଇନଷ୍ଟାଗ୍ରାମରେ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ପରସ୍ପରକୁ ଫୁଲମାଳ ପକାଉଥିବା ଓ ସାତ୍ ଫେରା ନେଉଥିବାର ଦେଖିବାକୁ ମିଳିଛି। ଈରା କାଞ୍ଜୀବରମ ଶାଢ଼ି ସହ ସୁନାର କମର ପଟି ପିନ୍ଧି ବେଶ ସୁନ୍ଦର ଲାଗୁଛନ୍ତି। ଫଟୋ ସେୟାର କରି ଈରା କ୍ୟାପସନ୍ ଦେଇ ଲେଖିଛନ୍ତି, “ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି”।
ମଧୁ ଏବଂ ଈରା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ। ମଧୁ ଗଜନି, ଅଗଲି ଏବଂ କୁଇନ ଭଳି ଲୋକପ୍ରିୟ ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ। ମଧୁ ଏହା ପୂର୍ବରୁ ଡିଜାଇନର୍ ମସାବା ଗୁପ୍ତାଙ୍କୁ ବିବାହ କରିଥିବା ବେଳେ ୨୦୧୯ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ।
ତେବେ ମଧୁଙ୍କଠାରୁ ଅଲଗା ହେବା ପରେ ଚଳିତ ବର୍ଷ ଜାନୁଆରିରେ ମସାବା ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ଦୁହେଁ ପରିବାର ଲୋକଙ୍କ ଉପସ୍ଥିତିରେ କୋର୍ଟରେ ବିବାହ କରିଥିବା ବେଳେ ମସାବାଙ୍କ ବିବାହରେ ତାଙ୍କ ବାପା ଭିଭ ରିଚାର୍ଡ ଓ ସାବତ ବାପା ବିବେକ ମେହରା ମଧ୍ୟ ଉପସ୍ଥିତ ଥିଲେ।
/sambad/media/post_attachments/68fcb4ed586df5890107c9819ee12d4b70bb13b13891088eb9e562e93d1f3549.jpg)
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/06/t-58.jpg)