ଜୀବନ ହାରିଲେ ରଜନୀକାନ୍ତଙ୍କ ଫିଲ୍ମ ନିର୍ମାଣ କରିଥିବା ନିର୍ମାତା, ଏହା ଥିଲା କାରଣ

ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ କେପି ଚୌଧୁରୀ ଜୀବନ ହାରିଛନ୍ତି। ତାଙ୍କୁ ୨ ବର୍ଷ ପୂର୍ବେ ଏକ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା। ସେବେଠାରୁ ‌ତାଙ୍କର ସମସ୍ୟା ବଢ଼ିବାରେ ଲାଗିଥିଲା।

trajanika

ନୂଆଦିଲ୍ଲୀ: ଜୀବନ ହାରିଲେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ କେପି ଚୌଧୁରୀ। ଗୋଆରେ ତାଙ୍କର ମୃତଦେହ ମିଳିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଜୀବନ ହାରିବା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ଆର୍ଥିକ ସମସ୍ୟା ଏକ ବଡ଼ କାରଣ ବୋଲି କୁହାଯାଉଛି। ତାଙ୍କୁ ୨ ବର୍ଷ ପୂର୍ବେ ଏକ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା ପୁଲିସ। ସେବେଠାରୁ ‌ତାଙ୍କର ସମସ୍ୟା ବଢ଼ିବାରେ ଲାଗିଥିଲା।

କୁହାଯାଉଛି ଯେ, ୨୦୨୩ ମସିହାରେ, ତାଙ୍କୁ ହାଇଦ୍ରାବାଦ ପୁଲିସ ଏକ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ଏହା ପରଠାରୁ ସେ ଅବସାଦଗ୍ରସ୍ତ ହୋଇଯାଇଥିଲେ। ଏହି ଅବସାଦ ତାଙ୍କୁ ଜୀବନ ନେବାକୁ ବାଧ୍ୟ କରିଥିବା କୁହାଯାଉଛି।

ସୂଚନା ମୁତାବକ, କେପି ଚୌଧୁରୀ ଓରଫ ସୁଙ୍କାରା କୃଷ୍ଣ ପ୍ରସାଦ ଚୌଧୁରୀ ଟଲିଉଡର ଜଣେ ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ। ସେ ୨୦୧୬ରେ ରଜନୀକାନ୍ତଙ୍କ ସୁପରହିଟ୍ ଚଳଚ୍ଚିତ୍ର 'କବାଲି' ନିର୍ମାଣ କରିଥିଲେ। ଏହି ଫିଲ୍ମ ୬୦୦କୋଟିରୁ ଅଧିକ ଟଙ୍କା ଆୟ କରିଥିଲା। ହେ‌ଲେ ପରେ ଚଳଚ୍ଚିତ୍ର ଶିଳ୍ପରେ ବିଫଳ ହେବାରୁ, ସେ ଡ୍ରଗ୍ସ କାରବାରରେ ସାମିଲ ହୋଇଥିଲେ। ୨୦୨୩ ମସିହାରେ, କେପି ଚୌଧୁରୀଙ୍କୁ ସାଇବରାବାଦ ସ୍ପେଶାଲ୍ ଅପରେସନ୍ସ ଟିମ୍ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଗିରଫ କରିଥିଲା। ସେବେଠାରୁ ତାଙ୍କର ଆର୍ଥିକ ସମସ୍ୟା ଆରମ୍ଭ ହୋଇଥିଲା। ଘର ଚଳାଇବା ପାଇଁ ଅନ୍ୟଠାରୁ ଆଣିଥିବା ଋଣ ଭାର ବଢ଼ିଯିବାରୁ ଚାପଗ୍ରସ୍ତ ହୋଇଯାଇଥିଲେ କେପି। ଏହି ଚାପକୁ ସହିନପାରି ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe