‘ନୂଆବର୍ଷ କାର୍ଯ୍ୟକ୍ରମରେ ସନ୍ନି ସାମିଲ୍‌ ହେଲେ ଆମେ ଗଣ ଆତ୍ମହତ୍ୟା କରିବୁ’

Advertisment
ମାଡାମ୍‌ ତୁସାଦ୍‌ରେ ‘ମହମ ସନି’

ବେଙ୍ଗାଲୁର: ନବବର୍ଷ ଉପଲକ୍ଷେ ବେଙ୍ଗାଲୁରରେ ହେବାକୁ ଥିବା ଉତ୍ସବରେ ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ସାମିଲ୍‌ ହେଲେ ଆମେ ଗଣଆତ୍ମହତ୍ୟା କରିବୁ ବୋଲି ଧମକ ଦେଇଛନ୍ତି କର୍ଣ୍ଣାଟକ ରକ୍ଷଣ ବୈଦିକ୍‌ ଯୁବ ସେନା। ଏ ନେଇ ଶୁକ୍ରବାର ଦିନ ବାଙ୍ଗାଲୁର ମନ୍ୟାତ୍‌ ଟେକ୍‌ ପାର୍କଠାରେ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନବବର୍ଷ ଅବସରରେ ହେବାକୁ ଥିବା ଉତ୍ସବରେ ସନ୍ନି ଲିଓନ ଭାଗ ନେଇପାରିବେ ନାହିଁ ବୋଲି ସେମାନଙ୍କର ଦାବି ରହିଛି।

publive-image

ଡିସେମ୍ବର ୩୧ ସୁଦ୍ଧା ଯଦି ହେବାକୁ ଥିବା ଉତ୍ସବ ବନ୍ଦ ସଂପର୍କରେ ଘୋଷଣା ନ ହୁଏ ତେବେ ସେହିଦିନ ହିଁ ଯୁବ ସେନାର ସଦସ୍ୟମାନେ ଗଣ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ସେମାନେ ଆଜି ସନ୍ନି ଲିଓନଙ୍କ ପୋଷ୍ଟର୍‌ ଜଳାଇ କହିଛନ୍ତି ଯେ ସନ୍ନିଙ୍କ ସଂପୃକ୍ତି ମାଟିର ସଂସ୍କୃତି କ୍ଷୁର୍ଣ୍ଣ କରିବ।

publive-image

ସଂସ୍ଥାର ରାଜ୍ୟ ପ୍ରେସିଡେଣ୍ଟ୍‌ ହରିସ୍‌ କହନ୍ତି, ‘ସନ୍ନିଙ୍କ ସ୍ୱଳ୍ପ ପରିହିତ ପୋଷାକକୁ ଆମେ ବିରୋଧ କରୁଛୁ। ଯଦି ସେ ଶାଢ଼ି ପିନ୍ଧି ଉତ୍ସବରେ ଭାଗ ନିଅନ୍ତି ତେବେ ଆମେ ସେ ବିଷୟରେ ଚିନ୍ତା କରିବୁ। ତାଙ୍କ ଅତୀତ ନିନ୍ଦନୀୟ। ଏଭଳି ଲୋକଙ୍କୁ ଆମେ ଉତ୍ସାହିତ କରୁନା। ଯଦି ଆମ ଦାବି ପୂରଣ ନ ହୁଏ ତେବେ ଡିସେମ୍ବର ୩୧ରେ ଆମେ ଗଣ ଆତ୍ମହତ୍ୟା କରିବାକୁ ଟିକେ ବି ପଛଘୁଞ୍ଚା ଦେବୁ ନାହିଁ।’

publive-image

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ବହୁ ଉତ୍ସବରେ ସନ୍ନି ପୂର୍ବରୁ ଭାଗ ନେଇଛନ୍ତି। ଏହି ଉତ୍ସବରେ ସନ୍ନି ଏକ କନ୍ନଡ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତେ। ଯଦିଓ ସନ୍ନି ବିଭିନ୍ନ ଆଡୁ ଅଫର୍‌ ପାଇଥିଲେ, ମାତ୍ର ସେ ସବୁକୁ ମନା କରିଦେଇ ବେଙ୍ଗାଲୁର ଯିବାକୁ ରାଜି ହୋଇଥିଲେ। ଏଠାରେ ଜାଣିରଖନ୍ତୁ ଯେ ସନ୍ନି ପୂର୍ବରୁ ଅନେକ ବାର କହିଛନ୍ତି ବାଙ୍ଗାଲୁର, ହାଇଦ୍ରାବାଦ୍‌ ହେଉଛି ତାଙ୍କର ପ୍ରିୟ ସ୍ଥାନ। ସନ୍ନି ପୂର୍ବରୁ କେତେକ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ‘ଡିକେ’ ନାମକ ଏକ ଚଳଚ୍ଚିତ୍ରରେ ଗେଷ୍ଟ୍‍ ଆପିୟରାନ୍ସରେ ନଜର ଆସିଥିଲେ। ତେବେ, ଏହି ୨ ସପ୍ତାହ ମଧ୍ୟରେ ଯୁବ ସେନା ପକ୍ଷରୁ ଦ୍ୱିତୀୟ ଥର ପାଇଁ ଏହି ବିକ୍ଷୋଭ କରାଯାଇଛି। ଗତ ଶୁକ୍ରବାର ସେନା କହିଥିଲେ ଯେ ପ୍ରଥମ ଥର ସେମାନେ କର୍ଣ୍ଣାଟକର ୨୦ଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe