ସଞ୍ଜୟ ଦତ୍ତଙ୍କ ଉପରେ ଲିଖିତ ପୁସ୍ତକ ଦତ୍ତଙ୍କୁ ପସନ୍ଦ ହେଲାନି, କ୍ଷମା ମାଗିଲା ପ୍ରକାଶନୀ ସଂସ୍ଥା

Advertisment
ସଞ୍ଜୟ ଦତ୍ତଙ୍କ ଉପରେ ଲିଖିତ ପୁସ୍ତକ ଦତ୍ତଙ୍କୁ ପସନ୍ଦ ହେଲାନି, କ୍ଷମା ମାଗିଲା ପ୍ରକାଶନୀ ସଂସ୍ଥା

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ଆଧାରିତ ପୁସ୍ତକ ପ୍ରକାଶ କରିଥିବା ପ୍ରକାଶନୀ ସଂସ୍ଥା ‘ଜୁଗର୍‌ନଟ୍‌ ବୁକ୍ସ’ ପକ୍ଷରୁ ସଞ୍ଜୟଙ୍କୁ ଫେସ୍‌ବୁକ୍‌ ଜରିଆରେ କ୍ଷମା ପ୍ରାର୍ଥନା ହୋଇଛି। ନିଜ ଜୀବନୀ ଉପରେ ଆଧାରିତ ପୁସ୍ତକ ପଢ଼ିବା ପରେ ସଞ୍ଜୟ ସନ୍ତୁଷ୍ଟ ନହେବାରୁ ଏହି କ୍ଷମା ପ୍ରାର୍ଥନା ହୋଇଥିବା ଜାଣିବାକୁ ମିଳିଛି। ତେବେ, ପ୍ରକାଶନୀ ସଂସ୍ଥା ପକ୍ଷରୁ ଯାହା ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଛି ତାହାର ସାରାଂଶ ନିମ୍ନରେ ଉଲ୍ଲେଖ କରାଯାଇଛି।

‘ଯଦି ସଞ୍ଜୟ ଦତ୍ତ ଆମର ପୁସ୍ତକ ପଢ଼ିବା ପରେ ବିଶାଦଗ୍ରସ୍ତ ଅଛନ୍ତି ସେଥିନେଇ ଆମେ ଖୁବ୍‌ ଦୁଃଖୀତ। ରଚିତ ପୁସ୍ତକଟିର ରଚୟିତା ହେଉଛନ୍ତି ୟସର୍‌ ଉସ୍‌ମାନ୍‌। ଲେଖକ ଜଣେ ପୁରସ୍କାର ପ୍ରାପ୍ତ ସାମ୍ବାଦିକ ଏବଂ ବଲିଉଡ୍‌ କଳାକାରଙ୍କ ଉପରେ ଲେଖୁଥିବା ଜଣେ ପରିଚିତ ଲେଖକ। ଦତ୍ତଙ୍କ ବହି ଲେଖିଥିବା ଉସ୍‌ମାନ ନିଜେ ଦତ୍ତଙ୍କର ଜଣେ ବଡ଼ ପ୍ରଶଂସକ। ସଞ୍ଜୟଙ୍କ ଉପରେ ପୁସ୍ତକ ରଚନା କରିବା ପାଇଁ ଆବଶ୍ୟକୀୟ ସୂଚନା ସବୁ ଉସମାନ ଖୁବ୍‌ ସତର୍କତାର ସହ ସଂଗ୍ରହ କରିଛନ୍ତି। ମହେଶ ଭଟ୍ଟ ଏବଂ ଦତ୍ତ ପରିବାର ସହ ତାଙ୍କର ଭଲ ଜଣାଶୁଣା। ଏହାଛଡ଼ା ସୂଚନା ସଂଗୃହୀତ କରାଯାଇଥିବା ଉତ୍ସ ସଂପର୍କରେ ବି ପୁସ୍ତକରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe