ଓଲିଉଡ୍‌ରେ ପୁନୀତ୍‌ ଇଶାର

Advertisment

ବଲିଉଡ୍‌ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ପୁନୀତ ଇଶାର୍ ପ୍ରଥମ ଥର ଲାଗି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଆଗରୁ ହିନ୍ଦୀ, ବଙ୍ଗଳା, ତେଲୁଗୁ, କନ୍ନଡ ଓ ମଲୟାଲମ୍‌ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ସେ। ମନମୋହନ ଦେଶାଇଙ୍କ ଚର୍ଚ୍ଚିତ ସିନେମା ‘କୁଲି’ରେ....

ବଲିଉଡ୍‌ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ପୁନୀତ ଇଶାର୍ ପ୍ରଥମ ଥର ଲାଗି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଆଗରୁ ହିନ୍ଦୀ, ବଙ୍ଗଳା, ତେଲୁଗୁ, କନ୍ନଡ ଓ ମଲୟାଲମ୍‌ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ସେ। ମନମୋହନ ଦେଶାଇଙ୍କ ଚର୍ଚ୍ଚିତ ସିନେମା ‘କୁଲି’ରେ....

gfdqwzxcv

ବଲିଉଡ୍‌ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ପୁନୀତ ଇଶାର୍ ପ୍ରଥମ ଥର ଲାଗି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଆଗରୁ ହିନ୍ଦୀ, ବଙ୍ଗଳା, ତେଲୁଗୁ, କନ୍ନଡ ଓ ମଲୟାଲମ୍‌ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ସେ। ମନମୋହନ ଦେଶାଇଙ୍କ ଚର୍ଚ୍ଚିତ ସିନେମା ‘କୁଲି’ରେ ଖଳନାୟକ ଚରିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ବି. ଆର୍. ଚୋପ୍ରାଙ୍କ ଲୋକପ୍ରିୟ ଟେଲିଧାରାବାହିକ ‘ମହାଭାରତ’ରେ ଦୁର୍ଯ୍ୟୋଧନ ଭୂମିକାରେ ପ୍ରଭାବଶାଳୀ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ।
‘ମହାଭାରତ’ ପରେ ପୁନୀତ ‘ଚନ୍ଦ୍ରମୁଖୀ’, ‘ପ୍ରେମ ଶକ୍ତି’, ‘ବର୍ଡର୍‌’, ‘ରିଫ୍ୟୁଜି’, ‘କ୍ରିସ୍’, ‘ବଚ୍‌ନା ଏ ହସିନୋଁ’, ‘ରେଡି’, ‘ସନ୍ ଅଫ୍ ସର୍ଦ୍ଦାର’ ଓ ‘ଦି କାଶ୍ମୀର୍‌ ଫାଇଲ୍‌ସ’ ଭଳି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ‘ଗର୍ବ’ର ସେ ନିର୍ଦ୍ଦେଶନା ବି ଦେଇଥିଲେ।
ଜୀ ସାର୍ଥକ ଓ ଆଦିଲକ୍ଷ୍ମୀ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ପ୍ରସ୍ତୁତ ତଥା ସାଇ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ‘ଚ୍ୟାଲେଞ୍ଜ୍’ରେ ପୁନୀତ୍‌ ଇଶାର ଅଭିନୟ କରୁଛନ୍ତି। ଏଥିରେ ସେ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିବେ। କାହାଣୀ ଅନୁଯାୟୀ, ପୁନୀତ୍‌ ଜଣେ କୁଖ୍ୟାତ ଡନ୍‌ ହୋଇଥିବା ବେଳେ ନାୟକ ତାଙ୍କୁ ଚ୍ୟାଲେଞ୍ଜ୍ ଦେଉଛି। ଉଭୟଙ୍କ ଭିତରେ ଜବରଦସ୍ତ ଟକ୍କର୍ ହେଉଛି। ଆଗରୁ ରଣଜିତ, ଚରଣରାଜ୍, ସଦାଶିବ ଅମରାପୁରକର୍, ଶକ୍ତି କପୁର, ଆଶିଷ ବିଦ୍ୟାର୍ଥୀ ଓ ରାହୁଲ୍ ଦେବଙ୍କ ପରି ବଲିଉଡ୍‌ ଖଳନାୟକମାନେ ଓଲିଉଡ୍‌ରେ କାମ କରି ଚର୍ଚ୍ଚିତ ହୋଇଛନ୍ତି। ପୁନୀତ୍‌ ଇଶାରଙ୍କ କ୍ଷେତ୍ରରେ କ’ଣ ଘଟୁଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe