ବିବାହ କଲେ ପ୍ରଖ୍ୟାତ ନୃତ୍ୟ କୋରିଓଗ୍ରାଫର୍‌ ପୁନିତ ପାଠକ

ବିବାହ କଲେ ପ୍ରଖ୍ୟାତ ନୃତ୍ୟ କୋରିଓଗ୍ରାଫର୍‌ ପୁନିତ ପାଠକ

Yahoo Lifestyle India

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରଖ୍ୟାତ ନୃତ୍ୟ କୋରିଓଗ୍ରାଫର୍‌ ପୁନିତ ପାଠକ। ପ୍ରେମିକା ନିଧି ସିଂହଙ୍କୁ ସେ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପୁନିତ ଲୋନାବଲାରେ ନିଜର ପରିବାର ଓ କିଛି ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ତାଙ୍କ ବିବାହର ଏକ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ସେ, ନିଧି ସିଂହ, କମେଡି କ୍ବିନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ପୁନିତଙ୍କ ବିବାହର ଫଟୋ ଭାଇରାଲ ହେବା ପରେ ଏବେ ତାଙ୍କୁ ତାଙ୍କ ପ୍ରଶଂସକ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୁନିତ ଡ୍ୟାନ୍ସ ରିଅଲିଟି ସୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ପ୍ରତିଯୋଗୀ ଭାବେ ଭାଗ ନେଇ ଖ୍ୟାତି ଅର୍ଜନ କରିଥିଲେ। ଏହା ପରେ ପରେ ସେ ଅନେକ ମ୍ୟୁଜିକ ଭିଡିଓରେ କାମ କରିବା ସହ ଏବିସିଡି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe