ମୁଁ ତାଙ୍କ ଅବସ୍ଥା ପଚାରିଲି, ସେ ପଞ୍ଜାବ ବିଷୟରେ ପଚାରିଲେ; କେଜ୍ରିୱାଲଙ୍କୁ ଭେଟିବା ପରେ କହିଲେ ମୁଖ୍ୟମନ୍ତ୍ରୀ ମାନ୍

Advertisment
ମୁଁ ତାଙ୍କ ଅବସ୍ଥା ପଚାରିଲି, ସେ ପଞ୍ଜାବ ବିଷୟରେ ପଚାରିଲେ; କେଜ୍ରିୱାଲଙ୍କୁ ଭେଟିବା ପରେ କହିଲେ ମୁଖ୍ୟମନ୍ତ୍ରୀ ମାନ୍

ନୂଆଦିଲ୍ଲୀ: ମୁଁ ତାଙ୍କ ଅବସ୍ଥା ପଚାରିଲି, ସେ ପଞ୍ଜାବ ବିଷୟରେ ପଚାରିଲେ। ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପରେ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ଜଣେ ସାଧାରଣ ବନ୍ଦୀଙ୍କୁ ଯେମିତି ଲୋକେ ଭେଟନ୍ତି ମୁଁ ବି କେଜ୍ରିୱାଲଙ୍କୁ ସେଭଳି ଭେଟିଥିଲି। ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ କୌଣସି ସୁବିଧା ଦିଆଯାଉ ନାହିଁ। ଅନ୍ୟ କଏଦୀଙ୍କ ଭଳି ସେ ବି ସାଧାରଣ ସୁବିଧା ସହ ରହୁଛନ୍ତି। ତାଙ୍କୁ ଭେଟିବା ପରେ ମୁଁ ତାଙ୍କ ଅବସ୍ଥା ବିଷୟରେ ପଚାରିଥିଲି। ହେଲେ ସେ ମୋତେ ପଞ୍ଜାବ ବିଷୟରେ ପଚାରିଥିଲେ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ପ୍ରାୟ ଅଧ ଘଣ୍ଟା ଧରି ଜେଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ କଥା ହୋଇଥିଲି। ବଡ଼ ବଡ଼ ଅପରାଧୀଙ୍କୁ ମିଳୁଥିବା ସୁବିଧା ମଧ୍ୟ କେଜ୍ରିୱାଲଙ୍କୁ ଦିଆଯାଉନାହିଁ। ଏହା ଜାଣି ମୁଁ ଦୁଃଖିତ। ତାଙ୍କର ଦୋଷ କ’ଣ? ସେ ବିଦ୍ୟାଳୟ ଏବଂ ଡାକ୍ତରଖାନା ତିଆରି କରିଥିଲେ । ଏହା କ’ଣ ତାଙ୍କର ଦୋଷ ଥିଲା। ମାଗଣା ବିଦ୍ୟୁତ୍ ଦେଲେ, ଏହା କ’ଣ ତାଙ୍କର ଦୋଷ। ସେମାନେ କେଜ୍ରିୱାଲଙ୍କ ସହ ଏଭଳି ବ୍ୟବହାର କରୁଛନ୍ତି ଯେମିତି ସେ ଜଣେ ବଡ ଆତଙ୍କବାଦୀଙ୍କୁ ଧରିଛନ୍ତି। ଏହାର ଫଳ ସେମାନେ ଭୋଗିବେ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe