ମୁକ୍ତିଲାଭ କଲା ପଞ୍ଜାବୀ ମ୍ୟୁଜିକ୍ ଭିଡିଓ ‘ହାର୍ଟବିଟ୍’

Advertisment
ମୁକ୍ତିଲାଭ କଲା ପଞ୍ଜାବୀ ମ୍ୟୁଜିକ୍ ଭିଡିଓ ‘ହାର୍ଟବିଟ୍’

ଡି.ଏନ୍ ସିରିଜ୍ ବ୍ୟାନରରେ ଅର୍ବାନ୍ ପଞ୍ଜାବୀ ମ୍ୟୁଜିକ୍ ଭିଡିଓ ‘ହାର୍ଟବିଟ୍’ ବୁଧବାର ଦିନ ମୁକ୍ତିଲାଭ କରିଛି। ନବାଗତ ଦୀପକରାଜ୍ ଓ ଶେଫାଳୀଙ୍କ ଅଭିନୀତ ଏଇ ମ୍ୟୁଜିକର କୋରିଓଗ୍ରାଫି କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶା ଆଲବମ୍, ଚଳଚ୍ଚିତ୍ର ଓ ମଡର୍ଣ୍ଣ ଡ୍ୟାନ୍ସର ଜଣାଶୁଣା ନିର୍ଦ୍ଦେଶକ ବିଦୁ। ଏଇ ଗୀତଦୃଶ୍ୟର ଗୀତ ରଚନା ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପିନାକି ରଥ। କଣ୍ଠଦାନ କରିଛନ୍ତି ବିଶ୍ବଜିତ ମହାପାତ୍ର। ଏହାର ସଙ୍ଗୀତରେ ଥିବା ରୢାପ୍ ଅଂଶର ଗୀତ ରଚନା କରିଛନ୍ତି ଦେବ.ଜେ.ମିଶ୍ର।

ସ୍ପନ୍ଦନ କେବେ ବି ନିଜ ନିୟନ୍ତ୍ରଣରେ ନ ଥାଏ। କାହାକୁ ପାଖରେ ପାଇଗଲେ ଯେ ହୃଦୟର ସ୍ପନ୍ଦନ ବଢ଼ିଯିବ ଏହା କିଏ କହିପାରିବ। ‘ହାର୍ଟବିଟ୍’ ଯୁବବର୍ଗର ଶ୍ରୋତାଙ୍କ ହୃଦୟରେ ସ୍ପନ୍ଦନ ବଢ଼େଇବ ବୋଲି ଆଶାକରାଯାଉଛି। ଓଡ଼ିଶାରୁ ପ୍ରସ୍ତୁତ ହେଇଥିଲେ ମଧ୍ୟ ଏହା ଦେଶର ଭିନ୍ନ ଭାଷାଭାଷୀର ଶ୍ରୋତା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଏହାର କୋରିଓଗ୍ରାଫର-ଡିରେକ୍ଟର ବିଦୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe