ସଡ଼କ ଦୁର୍ଘଟଣାରେ ଚାଲିଗଲା ଏହି ଲୋକପ୍ରିୟ ଗାୟକଙ୍କ ଜୀବନ

Advertisment
ସଡ଼କ ଦୁର୍ଘଟଣାରେ ଚାଲିଗଲା ଏହି ଲୋକପ୍ରିୟ ଗାୟକଙ୍କ ଜୀବନ

ନୂଆଦିଲ୍ଲୀ: ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲ୍‌ଜାନ୍‌ଙ୍କର ଦେହାନ୍ତ ଘଟିଛି। ଖବର ଅନୁଯାୟୀ ଦିଲ୍‌ଜାନ୍‌ ଅମୃତସରରୁ କର୍ତ୍ତାରପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କ କାର୍‌ଟି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ହିଁ ଦିଲ୍‌ଜାନ୍‌ଙ୍କର ମୃତ୍ୟୁ ଘଟିଥିଲା।

ସେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ବେସରକାରୀ ହସ୍ପିଟାଲ୍‌କୁ ନିିଆ ଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପରେ ପଞ୍ଜାମ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରି ନିଜର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ‘ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଯୁବ ପ୍ରତିଭା ପଞ୍ଜାବୀ ଗାୟକ ଦିଲଜାନଙ୍କ ମୃତ୍ୟୁ ମୋତେ ମର୍ମାହତ କରିଛି। ରାସ୍ତା ଉପରେ ଏଭଳି ଭାବେ ତାଙ୍କ ଜୀବନ ଚାଲିଯିବା ନିହାତି ଭାବେ ଏକ ଦୁଃଖଦ ବିଷୟ। ତାଙ୍କର ପରିବାର ଓ ସଂପର୍କୀୟଙ୍କୁ ମୋର ସମବେଦନା। ତାଙ୍କ ଅମର ଆତ୍ମାର ସଦ୍‌ଗତି ହେଉ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe