ପୁପୁଲ୍‌: ଆଙ୍କରିଂରୁ ଆଇଟମ୍

Advertisment

ଆଙ୍କରିଂରୁ ଅଭିନୟକୁ ଆସିଥିବା ପୁପୁଲ୍‌ ଭୂୟାଁ ପରଦାରେ ଅଳ୍ପ ଦିଶୁଥିଲେ ବି ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି। ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘କାଉଁରୀ କନ୍ୟା’ରେ ନାୟିକା ଭୂମିକାରେ ପ୍ରଥମେ ନଜର ଆସିଥିଲେ ସେ।

ଆଙ୍କରିଂରୁ ଅଭିନୟକୁ ଆସିଥିବା ପୁପୁଲ୍‌ ଭୂୟାଁ ପରଦାରେ ଅଳ୍ପ ଦିଶୁଥିଲେ ବି ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି। ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘କାଉଁରୀ କନ୍ୟା’ରେ ନାୟିକା ଭୂମିକାରେ ପ୍ରଥମେ ନଜର ଆସିଥିଲେ ସେ।

New Project (6)

ଆଙ୍କରିଂରୁ ଅଭିନୟକୁ ଆସିଥିବା ପୁପୁଲ୍‌ ଭୂୟାଁ ପରଦାରେ ଅଳ୍ପ ଦିଶୁଥିଲେ ବି ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି। ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘କାଉଁରୀ କନ୍ୟା’ରେ ନାୟିକା ଭୂମିକାରେ ପ୍ରଥମେ ନଜର ଆସିଥିଲେ ସେ। ପରେ ବାବୁସାନ୍ ଷ୍ଟାରର୍ ଓଡ଼ିଆ ଫିଲ୍ମ ‘ବିଦ୍ୟାରାଣ’ରେ ବି ଅଭିନୟ କରିଥିଲେ। ଠିକ୍ ସେହିପରି ‘ଡେଲିଭରି ବୟ’ରେ ଜଣେ ଦେହଜୀବୀ ଭୂମିକାରେ ଅଭିନୟ କରି ଖୁବ୍ ଚର୍ଚ୍ଚିତା ହୋଇଥିଲେ ପୁପୁଲ୍‌। ତେଣେ ‘ନିୟତି’ରେ ବି ତାଙ୍କ ପ୍ରଭାବଶାଳୀ ଅଭିନୟ ଦେଖିବାକୁ ମିଳିଥିଲା। ମଞ୍ଜରୀ ଟିଭିରେ ପ୍ରସାରିତ ମେଗାଧାରାବାହିକ ‘ନଣନ୍ଦ ପୁଟୁଳି’ରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଆସିଥିଲେ ପୁପୁଲ୍‌। ଅଭିନୟ ସହ ଏବେ ବି ଆଙ୍କରିଂ ଜାରି ରଖିଛନ୍ତି ସେ।

ନୃତ୍ୟ ଦକ୍ଷତା ଥିବାରୁ ଆଇଟମ୍‌ ଗୀତରେ ବି ପୁପୁଲ୍‌ ଦର୍ଶକଙ୍କ ମନ ଜିଣୁଛନ୍ତି। ‘ବ୍ଲାକମେଲ୍’ ଫିଲ୍ମର ‘ବୋଉ ମାରିବ...’ ଆଇଟମ୍ ଗୀତରେ ନାୟକ ଅର୍ଦ୍ଧେନ୍ଦୁଙ୍କ ସହ ତାଙ୍କ ନୃତ୍ୟାଭିନୟ ଖୁବ୍‌ ଆକର୍ଷଣୀୟ ଥିଲା। ସେହିପରି ଗତବର୍ଷ ମୁକ୍ତିଲାଭ କରିଥିବା ‘ତୁ ମୋ କମଜୋରୀ’ରେ ନାୟକ ରାକେଶଙ୍କ ସହ ‘ମିଶିରି ପାଣି...’ ଆଇଟମ୍ ନମ୍ବରରେ ବି କମାଲ୍ କରିଥିଲେ ପୁପୁଲ୍‌। ସେ କହନ୍ତି, ‘‘ପରଦାରେ ମୁଁ କମ୍ କାମ କରିଥିଲେ ବି ଦର୍ଶକ ମୋତେ ଭଲପାଇବା ଦେଇଛନ୍ତି। ଏଣୁ ଫିଲ୍ମରେ ଚରିତ୍ର ହେଉ ବା ଆଇଟମ୍ ନମ୍ବର, ଯାହା ବି ଅଫର୍ ମିଳେ ମୁଁ ତାକୁ ମନା କରେ ନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe