ନୂଆଦିଲ୍ଲୀ: ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରେ କେବଳ ଜଣେ ହିରୋଇନଙ୍କ ନାମ ଚର୍ଚ୍ଚାରେ ରହିଛି। ସେ ହେଉଛନ୍ତି ‘ପୁଷ୍ପା’ର ଶ୍ରୀବଲି ’ଅର୍ଥାତ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା। 'ପୁଷ୍ପା ୨' ମାଧ୍ୟମରେ ଅଲୁ ଅର୍ଜୁନଙ୍କ ସହ ଖୁବ୍ ଶୀଘ୍ର ବଡ ପରଦାରେ ନଜର ଆସିବେ ରଶ୍ମିକା | ତେବେ ଏହି ଫିଲ୍ମ ବ୍ୟତୀତ ଏବେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଚାଲିଛି।
ସାଉଥ୍ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ଦୀର୍ଘ ଦିନ ହେଲାଣି ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ଯୋଡା ଯାଉଛି। ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ଏବଂ ପ୍ରଶଂସକ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି | ଫିଲ୍ମରେ ଦୁହିଁଙ୍କ ରୋମାନ୍ସକୁ ପସନ୍ଦ କରାଯିବା ପରେ ଅସଲ ଜୀବନରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଛି। ଏମଧ୍ୟରେ ରଶ୍ମିକାଙ୍କ 'କ୍ରସ୍' କିଏ, ତାହା ସାମ୍ନାକୁ ଆସିଛି।
ଏକ ସାକ୍ଷାତକାରରେ ତାଙ୍କୁ ତାଙ୍କ 'କ୍ରସ୍' କିଏ ପଚରାଯାଇଥିବା ବେଳେ ସେ ବିଜୟ ଦେବରକୋଣ୍ଡାଙ୍କ ନାମ ନନେଇ ଥଲପତି ବିଜୟଙ୍କ ନାମ ନେଇଥିଲେ।
Follow Us