Advertisment

ଏତେ କୋଟିର ମାଲିକ 'ପୁଷ୍ପା-୨'ର ଭଂୱର ସିଂହ ଶେଖାୱତ୍

Advertisment

ଫହାଦ୍ ଫସିଲ୍ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା। ଅନେକ ଫିଲ୍ମ‌ରେ ଫହାଦ୍ କାମ କରିଥିଲେ ବି ପୁଷ୍ପା ଫିଲ୍ମ ତାଙ୍କୁ ଅଧିକ ଲୋକପ୍ରିୟତା ଆଣି ଦେଇଛି। ଏବେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଫହାଦ୍ ଫସିଲ୍ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା। ଅନେକ ଫିଲ୍ମ‌ରେ ଫହାଦ୍ କାମ କରିଥିଲେ ବି ପୁଷ୍ପା ଫିଲ୍ମ ତାଙ୍କୁ ଅଧିକ ଲୋକପ୍ରିୟତା ଆଣି ଦେଇଛି। ଏବେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

tfahafasi

ମୁମ୍ବାଇ: ଫହାଦ୍ ଫସିଲ୍ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା। ଅନେକ ଫିଲ୍ମ‌ରେ ଫହାଦ୍ କାମ କରିଥିଲେ ବି 'ପୁଷ୍ପା' ଫିଲ୍ମ ତାଙ୍କୁ ଅଧିକ ଲୋକପ୍ରିୟତା ଆଣି ଦେଇଛି। ପ୍ରଥମ ଭାଗରେ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଫହାଦ ଦ୍ବିତୀୟ ଭାଗରେ ସମସ୍ତଙ୍କ ମନ କିଣିଛନ୍ତି। ଗୁରୁବାର 'ପୁଷ୍ପା-୨' ମୁକ୍ତିଲାଭ କରିଥିବା ବେଳେ ଫହାଦଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଛି। ଏହି ଫିଲ୍ମ ତାଙ୍କ ଲୋକପ୍ରିୟତା ବଢ଼ାଇଥିବା ବେଳେ ଏବେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

ଫହାଦ୍ ୨୦୦୨ରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ, ଫହାଦ୍ ଏକ ବିରତି ନେଇ ୨୦୦୯ରେ ଚଳଚ୍ଚିତ୍ର 'କେରଳ କାଫେ' ସହିତ ଇଣ୍ଡଷ୍ଟ୍ରିକୁ ପ୍ରତ୍ୟାବର୍ତ୍ତନ କରିଥିଲେ | ୨୦୧୧ରେ ତାଙ୍କ ଅଭିନୀତ ଫିଲ୍ମ 'ଚପ୍ପା କୁରିସୁ' ରିଲିଜ୍ ହୋଇଥିଲା, ଯାହା ତାଙ୍କ କ୍ୟାରିୟରର ଗତି ବଦଳାଇଥିଲା। ଏହି ଫିଲ୍ମରେ ତାଙ୍କୁ ସ୍ବତନ୍ତ୍ର ପରିଚୟ ମିଳିବା ସହ ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଥିଲେ। ଲୋକପ୍ରିୟତା ସହ ତାଙ୍କ ପାରିଶ୍ରମିକ ବି ବଢ଼ିଥିଲା। କୁହାଯାଉଛି ଯେ, 'ପୁଷ୍ପା'ର ପ୍ରଥମ ଭାଗ ପାଇଁ ସେ ୩.୫କୋଟି ଟଙ୍କା ପାରିଶ୍ରମିକ ନେଇଥିବା ବେଳେ ଦ୍ବିତୀୟ ଭାଗ ପାଇଁ ୮କୋଟି ଟଙ୍କା ନେଇଛନ୍ତି।

ଜାତୀୟ ଗଣମାଧ୍ୟମ ମୁତାବକ, ଫହାଦ ମୋଟ ୩୬କୋଟିର ମାଲିକ ଅଟନ୍ତି। ବିଳାସପୂର୍ଣ୍ଣ କାର୍ କଥା କହିବାକୁ ଗଲେ ତାଙ୍କ ପାଖରେ ୧.୮୪ କୋଟି ଟଙ୍କା ମୂଲ୍ୟର ଏକ ପୋର୍ସେ ୯୧୧ କାରେରା ଏସ୍ ରହିଛି। ଏହି କାରକୁ କଷ୍ଟମାଇଜ୍ କରିବା ପାଇଁ ସେ ପ୍ରାୟ ୨.୬୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତାଙ୍କ ପାଖରେ ୨.୩୫ କୋଟି ଟଙ୍କାର ରେଞ୍ଜ ରୋଭର ଭୋଗ ଏବଂ ୭୦ଲକ୍ଷ ଟଙ୍କା ମୂଲ୍ୟର ମର୍ସିଡିଜ ବେଞ୍ଜ ବି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe