କମାଲ କଲା ପୁଷ୍ପା-୨, ୨ଦିନରେ ଆୟ କଲାଣି ୪୦୦କୋଟି !

ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନ‌ରେ କେବଳ ଭାରତରେ ୯୦କୋଟିରୁ ଅଧିକ ଆୟ କରିଛି। ଯଦି ଆମେ ବିଶ୍ବସ୍ତରର ବକ୍ସ ଅଫିସର ଆୟକୁ ମିଶାଇବା ତେବେ ଫିଲ୍ମର ୨ଦିନର ଆୟ ୪୦୦କୋଟି ଟପିଛି।

tpusaw

ନୂଆଦିଲ୍ଲୀ: ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।

ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଜଣାଯାଇଛି। ପ୍ରଥମ ଦିନରେ ହିଁ ଫିଲ୍ମଟି ଏପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ସମସ୍ତ ଭାରତୀୟ ଫିଲ୍ମକୁ ପଛରେ ପକାଇ ଦେଇଥିଲା। ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନ‌ରେ କେବଳ ଭାରତରେ ୯୦କୋଟିରୁ ଅଧିକ ଆୟ କରିଛି। ଯଦି ଆମେ ବିଶ୍ବସ୍ତରର ବକ୍ସ ଅଫିସର ଆୟକୁ ମିଶାଇବା ତେବେ ଫିଲ୍ମର ୨ଦିନର ଆୟ ୪୦୦କୋଟି ଟପିଛି। ଏହା ପୂର୍ବରୁ ଆରଆରଆର ରିଲିଜର ପ୍ରଥମ ଦିନରେ ୧୫୬କୋଟି ଆୟ କରିଥିବା ବେଳେ 'ପୁଷ୍ପା ୨: ଦି ରୁଲ୍' ଏହାକୁ ଟପିଛି। ଫିଲ୍ମର ପ୍ରଦର୍ଶନକୁ ଦେଖି ଆଗକୁ ଫିଲ୍ମଟି ଇତିହାସ ରଚିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe