ପୁଷ୍ପାର ଏହି ଫ୍ୟାନ୍ସଙ୍କୁ ସିନେମା ହଲରେ ‌ଦେଖି ଚକିତ ହେଲେ ଦର୍ଶକ

Advertisment

ଅଲ୍ଲୁ ଅର୍ଜୁନଙ୍କ ଜଣେ ଫ୍ୟାନ୍ସ ପୁ‌ଷ୍ପା ଭାଉ ବେଶରେ ଗଙ୍ଗାମା ଥଳି ବନାଇ ସିନେମା ହଲରେ ପହଞ୍ଚିବା ଖୁସିରେ ନାଚିଥିଲେ। ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଘଟଣାସ୍ଥଳରେ ଥିବା ଦର୍ଶକ।

ଅଲ୍ଲୁ ଅର୍ଜୁନଙ୍କ ଜଣେ ଫ୍ୟାନ୍ସ ପୁ‌ଷ୍ପା ଭାଉ ବେଶରେ ଗଙ୍ଗାମା ଥଳି ବନାଇ ସିନେମା ହଲରେ ପହଞ୍ଚିବା ଖୁସିରେ ନାଚିଥିଲେ। ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଘଟଣାସ୍ଥଳରେ ଥିବା ଦର୍ଶକ।

କପବ


ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ର କ୍ରେଜ ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବକ୍ସ ଅଫିସରେ‘ପୁଷ୍ପା-୨’ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗି ରହିଛି।

ସିନେମା ଦେଖିବା ପାଇଁ ଲୋକେ ସିନେମାରେ ଅଲ୍ଲୁ ଅର୍ଜୁନ ପୁ‌ଷ୍ପା-୨ରେ ଯେଭଳି ବେଶରେ ନଜର ଆସିଥିଲେ। ସେସବୁ ବେଶରେ ନିଜକୁ ସଜାଇ ପ୍ରେକ୍ଷାଳୟରେ ପହଞ୍ଚୁଛନ୍ତି। 

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଅଲ୍ଲୁ ଅର୍ଜୁନଙ୍କ ଜଣେ ଫ୍ୟାନ୍ସ ପୁ‌ଷ୍ପା ଭାଉ ବେଶରେ ଗଙ୍ଗାମା ଥଳି ବନାଇ ସିନେମା ହଲରେ ପହଞ୍ଚିଥିଲେ। ଏଭଳି ବେଶରେ ସିନେମା ହଲ ବାହାରେ ପୁଷ୍ପା-୨ ରିଲିଜ ହେବା ଖୁସିରେ ସେ ନାଚୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ପୁ‌ଷ୍ପା ସିନେମା ଓ  ଅଲ୍ଲୁ ଅର୍ଜୁନଙ୍କ ଏହି ଫ୍ୟାନ୍ସଙ୍କ କ୍ରେଜକୁ ଦେଖି  କିଛିଲୋକ ଉକ୍ତ ଫ୍ୟାନ୍ସଙ୍କ ବେଶକୁ ପସନ୍ଦ କରୁଥିବା ବେଳେ ଆଉ କିଛିଜଣ ଅନ୍ତସତ୍ତ୍ବା ପୁ‌ଷ୍ପା କହି ସମାଲୋଚନା କରିଛନ୍ତି। 

ପୁଷ୍ପା-୨  ସିନେମା କଥା କହିବାକୁ ଗଲେ ରିଲିଜ୍ ପୂର୍ବରୁ ଏହା ଫ୍ୟାନ୍ସଙ୍କ କ୍ରେଜ୍ ଯେତିକି ବଜାୟ ରଖିଥିଲା ରିଲିଜ୍ ପରେ ଏହାକୁ ଦ୍ବିଗୁଣିତ କରିଛି । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ସୁପରହିଟ ଯୋଡି ପୁଷ୍ପାର ପ୍ରଥମ ଭାଗରେ କମାଲ କଲା ପରେ ପୁଣି ଦ୍ବିତୀୟ ଭାଗରେ ଦମଦାର ଏଣ୍ଟ୍ରି ସହ ଫ୍ୟାନ୍ସଙ୍କୁ ମତୁଆଲା କରିଛନ୍ତି । ରିଲିଜ ପୂର୍ବରୁ ହିଁ ରେକର୍ଡ ବଷ୍ଟର ହୋଇସାରିଥିବା ଏହି ଫିଲ୍ମ ଏ ବର୍ଷର ସବୁଠୁ ବଡ ଫିଲ୍ମ ଲକ୍ଷ୍ୟରେ ଆଗେଇ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe