କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଥାନା ଓଏମ୍ସି କଲରଙ୍ଗି ଟ୍ରକ୍ ପାର୍କିଂୟାର୍ଡରେ ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ଆଜି ବହୁଚର୍ଚ୍ଚିତ ପୁଷ୍ପା-୨ ଫିଲ୍ମ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ର ପାଇଁ ପ୍ରଯୋଜନା ସଂସ୍ଥାର ପ୍ରବନ୍ଧକ ଜି ଭାରା ପ୍ରସାଦଙ୍କ ନେତୃତ୍ବରେ ସ୍ବତନ୍ତ୍ର ଦଳ ଏଠାରେ ସକାଳ ସାଢ଼େ ୭ଟା ସୁଦ୍ଧା ପହଞ୍ଚି ଘଣ୍ଟାଏ ପର୍ଯ୍ୟନ୍ତ ସୁଟିଂ କରିଥିଲେ। ମାଳମାଳ ଟ୍ରକ୍ ଥାଇ ଏଠାକାର ପ୍ରାକୃତିକ ଦୃଶ୍ୟ ଭିତରେ ଜଣେ ପାର୍ଶ୍ବ ଖଳନାୟକଙ୍କୁ ନେଇ ଗୋଟିଏ ଦୃଶ୍ୟର ସୁଟିଂ ହୋଇଥିଲା। ଏହି ସ୍ଥାନ ଓ ଦୃଶ୍ୟର ସେଟ୍ଅପ୍ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଦ୍ବାରା ଗ୍ରହଣୀୟ ହେଲେ ପରବର୍ତ୍ତୀ ସମୟରେ ଏଠାରେ ପୁଣି ସୁଟିଂ କରାଯିବ ବୋଲି ଜଣେ ସ୍ଥାନୀୟ ପ୍ରତିନିଧିଙ୍କଠାରୁ ସୂଚନା ମିଳିଛି। ସେଠାରେ ନିୟୋଜିତ ଏକ ସେକ୍ସନ ପୁଲିସ ପକ୍ଷରୁ ଏହାର ଫଟୋ ଓ ଭିଡିଓ ଉତ୍ତୋଳନକୁ ବାରଣ କରାଯାଇଥିଲା।
କାଳିଆପାଣିରେ ପୁଷ୍ପା-୨ ଫିଲ୍ମ ସୁଟିଂ
Advertisment
Follow Us