ପୁଷ୍ପା-୨ର ସୋ’ ଟାଇମକୁ ନେଇ ଦେଖା ଦେଇଛି ବିବାଦ

କନ୍ନଡ ସିନେମା ପ୍ରଡ୍ୟୁସର୍ସ ଆସୋସିଏସନ ପକ୍ଷରୁ ପ୍ରକାଶ ଯେ, ନିୟମ ୪୧ ଅନୁଯାୟୀ କୌଣସି ସିନେମାର ସୋ’ ସକାଳ ୬ଟା ପୂର୍ବରୁ କି ରାତି ୧୦ଟା ପରେ ଆରମ୍ଭ ହେବ ନାହିଁ।

ଦନଦ


ମୁମ୍ବାଇ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସିନେମା ପୁଷ୍ପା-୨ ପ୍ରେକ୍ଷାଳୟରେ ଧମାଲ ମଚାଇବାରେ ଲାଗିଛି। ଏଭଳି ସମୟରେ ସିନେମାର ସୋ’ ଟାଇମକୁ ନେଇ ବିବାଦ ଦେଖା ଦେଇଛି। ପୁଷ୍ପା-୨ର ସୋ’ ସକାଳ ୩ଟାରେ ରଖାଯାଇଥିବା ଘଟଣାକୁ ନେଇ କନ୍ନଡ ସିନେମା ପ୍ରଡ୍ୟୁସର୍ସ ଆସୋସିଏସନ ବେଙ୍ଗାଲୁରୁ ଡିଷ୍ଟ୍ରିକ୍ଟ କମିଶନରଙ୍କୁ ଚିଠି ଲେଖିଛନ୍ତି। 

କନ୍ନଡ ସିନେମା ପ୍ରଡ୍ୟୁସର୍ସ ଆସୋସିଏସନ ପକ୍ଷରୁ ପ୍ରକାଶ ଯେ, ନିୟମ ୪୧ ଅନୁଯାୟୀ କୌଣସି ସିନେମାର ସୋ’ ସକାଳ ୬ଟା ପୂର୍ବରୁ କି ରାତି ୧୦ଟା ପରେ ଆରମ୍ଭ ହେବ ନାହିଁ।  ଏହା ସତ୍ତ୍ବେ ବି ପ୍ରେକ୍ଷାଳୟରେ ପୁଷ୍ପା-୨ର ସୋ’କୁ ସକାଳ ୩ଟା ସମୟରେ ରଖାଯାଇଛି। ବୁକ ମାଇ ସୋ’ରେ ମିନି ଥିଏଟରରେ ଏହି ନିୟମ ଭଙ୍ଗ କରାଯାଇଥିବା ଦେଖିବାକୁ ମିଳୁଛି। 

ଏଥିସହିତ ସିନେମା ଟିକେଟକୁ ନେଇ ବି ବିବାଦ ଦେଖାଯାଇଛି। ପୁଷ୍ପା-୨ ଟିକେଟର ଦାମ ୫୦୦, ୧୦୦୦ ଓ ୧୫୦୦ଟଙ୍କା ରହିଛି। ଟିକେଟର ମୂଲ୍ୟ ବି ଆଇନ ବିରୋଧୀ ବୋଲି କନ୍ନଡ ସିନେମା ପ୍ରଡ୍ୟୁସର୍ସ ଆସୋସିଏସନ ଅଭିଯୋଗ କରିଛି। ତେଣୁ ସିନେମା ନିର୍ମାତାଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆସୋସିଏସନ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe