'ପୁଷ୍ପା ୨’ ପ୍ରିମିୟର ସମୟରେ ଆହତ ହୋଇଥିବା ଶିଶୁକୁ ସୁସ୍ଥ ହେବାକୁ ସମୟ ଲାଗିବ

ଆହତ ବାଳକର ଅବସ୍ଥା ସମ୍ପର୍କରେ ସୂଚନା ଦେଇ ହାଇଦ୍ରାବାଦ ସିଟି ପୁଲିସ ଏକ୍ସରେ ଏକ ପୋଷ୍ଟ ସେୟାର କରିଛି।  ଯେଉଁଥିରେ ଉଲ୍ଲେଖ ଅଛି, ‘ଆହତ ତେଜଙ୍କ ଭେଣ୍ଟିଲେଟର ସହାୟତାରେ ଚାଲିଛି ଚିକିତ୍ସା’

ଅଦ୍ୟତନ ହୋଇଛି
୭୬୫୪

ନୂଆଦିଲ୍ଲୀ: ସାଉଥ ଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ହାଇଦ୍ରାବାଦରେ ସନ୍ଧ୍ୟା ଥିଏଟରରେ ପ୍ରିମିୟରର ଆୟୋଜନ କରାଯାଇଥିଲା।

ଅଧିକପଢ଼ନ୍ତୁ:୫ଦିନ ଯାଏଁ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା: ପାଣିପାଗ ବିଭାଗ

ଏହି ପ୍ରିମିୟର ସମୟରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଲାଗିଥିଲା। ଏହି ଭିଡ଼ ହେତୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ପରିବାର ସହିତ ଆସିଥିବା ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ।
ଶିଶୁକୁ ଚିକିତ୍ସିତ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଅଧିକପଢ଼ନ୍ତୁ:ଦେହାନ୍ତ ପରେ ଏତେ କୋଟିର ସମ୍ପତ୍ତି ଛାଡ଼ି ଯାଇଛନ୍ତି ଉସ୍ତାଦ୍ ଜାକିର୍ ହୁସେନ୍

ଆହତ ବାଳକର ଅବସ୍ଥା ସମ୍ପର୍କରେ ସୂଚନା ଦେଇ ହାଇଦ୍ରାବାଦ ସିଟି ପୁଲିସ ଏକ୍ସରେ ଏକ ପୋଷ୍ଟ ସେୟାର କରିଛି।  ଏହି ପୋଷ୍ଟରେ ଉଲ୍ଲେଖ ଅଛି, 'ଆଜି ହାଇଦ୍ରାବାଦ ନଗର ପୁଲିସ କମିସନର ସି.ଭି ଆନନ୍ଦ, ଆଇପିଏସ୍ ଏବଂ ତେଲେଙ୍ଗାନା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଡକ୍ଟର ଖ୍ରୀଷ୍ଟିନା ତେଲେଙ୍ଗାନା ଗସ୍ତରେ ଯାଇ ୯ ବର୍ଷିୟ ତେଜାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। 

ଅଧିକପଢ଼ନ୍ତୁପ୍ରଫେସର୍ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ତେଜଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ,  ସନ୍ଧ୍ୟା ଥିଏଟରରେ ଉପୁଜିଥିବା ଦଳାଚକଟା ପରିସ୍ଥିତିର ସମ୍ମୁଖିନ ହୋଇ  ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା ହେତୁ ତେଜାଙ୍କ ବ୍ରେନ ଡେମେଜ ହୋଇଯାଇଛି।  ତାଙ୍କୁ ସୁସ୍ଥ ହେବାକୁ ବହୁତ ସମୟ ଲାଗିବ। ଡାକ୍ତରମାନେ ତାଙ୍କର ଭେଣ୍ଟିଲେଟର ସହାୟତାରେ ଚିକିତ୍ସା କରୁଛନ୍ତି।

ଅଧିକପଢ଼ନ୍ତୁ:ବରିଷ୍ଠ ନାଗରିକଙ୍କ ପାଇଁ ସଞ୍ଜୀବନୀ ସ୍ୱାସ୍ଥ୍ୟ ଯୋଜନା ଘୋଷଣା କଲେ କେଜ୍ରିୱାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe