Advertisment

ଅଲ୍ଲୁ ଅର୍ଜୁନଙ୍କୁ ଧରିବା ପାଇଁ ଦୌଡ଼ି ଆସିଲେ ପ୍ରଶଂସକ, ଭାଇରାଲ ହେଲା ଭିଡିଓ

Advertisment

ଡିସେମ୍ବର ୫ରେ ରିଲିଜ୍ ହେବ ଫିଲ୍ମ ପୁଷ୍ପ-୨। ଏନେଇ କଳାକାରମାନେ ପ୍ରଚାର କାମରେ ବ୍ୟସ୍ତ ଅଛନ୍ତି। ପ୍ରଚାର କାର୍ଯ୍ୟକ୍ରମରେ ଜଣେ ପ୍ରଶଂସକ ଅଲ୍ଲୁ ଅର୍ଜୁନଙ୍କୁ ଧରିବା ପାଇଁ ଦୌଡ଼ି ଆସିଥିବାର ଭିଡିଓ ଭାଇରାଲ ହେଉଛି।

ଡିସେମ୍ବର ୫ରେ ରିଲିଜ୍ ହେବ ଫିଲ୍ମ ପୁଷ୍ପ-୨। ଏନେଇ କଳାକାରମାନେ ପ୍ରଚାର କାମରେ ବ୍ୟସ୍ତ ଅଛନ୍ତି। ପ୍ରଚାର କାର୍ଯ୍ୟକ୍ରମରେ ଜଣେ ପ୍ରଶଂସକ ଅଲ୍ଲୁ ଅର୍ଜୁନଙ୍କୁ ଧରିବା ପାଇଁ ଦୌଡ଼ି ଆସିଥିବାର ଭିଡିଓ ଭାଇରାଲ ହେଉଛି।

talluarjun

ନୂଆଦିଲ୍ଲୀ: ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଘୋଷଣା ହେବା ଦିନଠାରୁ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଫିଲ୍ମର ଟିଜର ଓ ଟ୍ରେଲର ରିଲିଜ୍ ହେବା ପରଠାରୁ ଫିଲ୍ମ ରିଲିଜ୍କୁ ନେଇ ଲୋକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି | ଡିସେମ୍ବର ୫ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେଳେ ଏବେ କଳାକାର ଫିଲ୍ମର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଦେଶର ବିଭିନ୍ନ ସହରରେ ଫିଲ୍ମର ପ୍ରଚାର କରାଯାଉଛି। ଏବେ ପ୍ରଚାର ସମୟରେ ଘଟିଥିବା ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେଉଛି।

ହାଇଦ୍ରାବାଦରେ ଫିଲ୍ମର ପ୍ରଚାର ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ପ୍ରଶଂସକଜଣକ ଅଲ୍ଲୁ ଅର୍ଜୁନଙ୍କ ପାଦ ଛୁଇଁବାକୁ ହଠାତ୍ ମଞ୍ଚ ଉପରକୁ ଦୌଡ଼ି ଆସିଥିଲେ। ଏହା ଦେଖି ଅଭିନେତାଙ୍କ ଅଙ୍ଗରକ୍ଷୀ ତାଙ୍କୁ କାବୁ କରି ନେଇଥିଲେ। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ପ୍ରଶଂସକଜଣକ ଛାଟିପିଟି ହୋଇ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଖି ଏଭଳି ନକରିବାକୁ ଅଙ୍ଗରକ୍ଷୀଙ୍କୁ କହୁଛନ୍ତି ଅଭିନେତା। ଏହା ପରେ ଯୁବକଜଣକ ଅଭିନେତାଙ୍କ ପାଦ ଛୁଇଁ ତାଙ୍କ ସହ ଫଟୋ ଉଠାଉଛନ୍ତି ଓ ସେଠାରୁ ଚାଲିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe