ଅଲ୍ଲୁଙ୍କ ଜନ୍ମଦିନରେ ରିଲିଜ୍ ହେଲା 'ପୁଷ୍ପା-୨'ର ଟିଜର, ରିଲିଜ୍ ହେଉ ହେଉ ଭାଇରାଲ

Advertisment
ଅଲ୍ଲୁଙ୍କ ଜନ୍ମଦିନରେ ରିଲିଜ୍ ହେଲା 'ପୁଷ୍ପା-୨'ର ଟିଜର, ରିଲିଜ୍ ହେଉ ହେଉ ଭାଇରାଲ

ନୂଆଦିଲ୍ଲୀ‌: ଶେଷ ହେଲା ବହୁ ଦିନର ଅପେକ୍ଷା। ପୁଷ୍ପା: ଦ ରାଇଜ୍ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅନାଇ ରହିଥିଲେ। ଆଜି ସେ ଅପେକ୍ଷାର ଅନ୍ତ ଘଟିଛି। ଆଜି ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ପୁଷ୍ପା-୨ର ଟିଜର ରିଲିଜ୍ କରାଯାଇଛି। ଟିସିରିଜର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ ହୋଇଥିବା ବେଳେ ରିଲିଜ୍ ହେଉ ହେଉ ଏହା ଭାଇରାଲ ହୋଇଛି। ଏହି ଫିଲ୍ମରେ ପୁଷ୍ପା ଓରଫ ଅଲ୍ଲୁଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ।

ରିଲିଜ୍ କରାଯାଇଥିବା ଟିଜରରେ ପୁଷ୍ପା ମରିଯାଇଥିବା କୁହାଯାଉଥିବା ବେଳେ ଶେଷରେ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରୁ ଜଣାପଡ଼ିଛି ଯେ ପୁଷ୍ପା ଏବେ ବି ଜୀବିତ ଅଛି। ଏହା ଶୁଣି ଲୋକେ ଖୁସି ହେଉଛନ୍ତି। ଟିଜରକୁ ଦେଖିଲେ ପୁଷ୍ପା-୨, ପ୍ରଥମ ଭାଗ ଭଳି ସଫଳ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅନ୍ୟ ପକ୍ଷରେ ଅଲ୍ଲୁ ନିଜ ଟ୍ବିଟର ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସେ ଶାଢ଼ି ପିନ୍ଧିଥିବା ସହ ହାର ଓ କାନଫୁଲ ପିନ୍ଧିଛନ୍ତି। ତାଙ୍କର ଏହି ଲୁକ୍ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଛି, କାରଣ ଟିଜରରେ ଅଲ୍ଲୁଙ୍କ ଏହି ଲୁକ୍ ଦେଖାଯାଇନାହିଁ।

ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ର ଅଭୂତପୂର୍ବ ସଫଳତା ପରେ ଏବେ ନିର୍ମାଣ ହେଉଛି ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍’। ପ୍ରଥମ ଭଗର କାହାଣୀ, ଗୀତ ଓ ଡାଏଲଗ ଲୋକପ୍ରିୟ ହୋଇଥିବା ବେଳେ ଦ୍ବିତୀୟ ଭାଗକୁ ବ୍ଲକବଷ୍ଟର କରିବାକୁ ଯୋଜନା କରୁଛନ୍ତି ନିର୍ମାତା। ତେବେ ପୂର୍ବରୁ ସୂଚନା ମିଳିଥିଲା ଯେ, ଏପର୍ଯ୍ୟନ୍ତ ପୁଷ୍ପା-୨ର ଯାହା ବି ସୁଟିଂ ହୋଇଛି, ତାକୁ ନେଇ ଖୁସିନାହାନ୍ତି ନିର୍ଦ୍ଦେଶକ ସୁକୁମାର। ଏଥିପାଇଁ ସେ ପୁଣି ଥରେ ଆରମ୍ଭରୁ ଫିଲ୍ମର ସୁଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମଧ୍ୟରେ ଫିଲ୍ମଟି କେବେ ରିଲିଜ୍ ହେବ, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe