ମୁମ୍ବାଇ: 'ପୁଷ୍ପା ୨: ଦି ରୁଲ୍' କୁ ଲୋକେ ପ୍ରତୀକ୍ଷା କରି ବସିଛନ୍ତି। ଏଥିରେ ଜାତୀୟ ପୁରସ୍କାର ବିଜେତା ଅଲ୍ଲୁ ଅର୍ଜୁନ ତାଙ୍କର ଅନନ୍ୟ ତଥା ସ୍ମରଣୀୟ ଚରିତ୍ର ପୁଷ୍ପରାଜ ସହିତ ପୁଣି ଫେରି ଆସୁଛନ୍ତି। ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦିନକୁ ଦିନ ବଢୁଥିବାବେଳେ ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି। ଏହା୧୦୮୫ କୋଟି ଟଙ୍କାର ପ୍ରି-ରିଲିଜ୍ ସଂଗ୍ରହ କରିଛି । ଫଳରେ ଏହି ଚଳଚ୍ଚିତ୍ରକୁ ଦେଖିବାକୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।
'ପୁଷ୍ପା: ଦି ରାଇଜ୍'ରେ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ପୁରସ୍କାର ଜିଣିଥିବା ଅଲ୍ଲୁ ଅର୍ଜୁନ ଏକ ନୂତନ ରେକର୍ଡ ସ୍ଥାପନ କରିଥିଲେ। ବର୍ତ୍ତମାନ ସେ 'ପୁଷ୍ପା ୨: ଦି ରୁଲ୍' ସହିତ ବକ୍ସ ଅଫିସରେ ନିଜର ଶାସନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଚଳଚ୍ଚିତ୍ରଟି ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଚମତ୍କାର ଲପଲବ୍ଧି ହେଉଛି ଏକ ରେକର୍ଡ ଭାଙ୍ଗିବା ଭଳି ପ୍ରଦର୍ଶନ। ଏହା ଭାରତରେ ତିଆରି ହୋଇଥିବା ସବୁଠାରୁ ଲାଭଜନକ ଚଳଚ୍ଚିତ୍ରର କାରବାର ମଧ୍ୟରୁ ଅନ୍ୟତମ। ଖବର ଅନୁଯାୟୀ, ଥିଏଟର ଅଧିକାରଗୁଡିକ ୬୪୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହା ସହିତ ଫିଲ୍ମ ଏକ ବୃହତ ଡିଜିଟାଲ ଚୁକ୍ତି ସ୍ୱାକ୍ଷର କରିଛି ଯେଉଁଥିରେ ନେଟଫ୍ଲିକ୍ସ ୨୭୫ କୋଟିରେ ଅଧିକାର କିଣିଛି।
ଅଲୁ ଅର୍ଜୁନଙ୍କ 'ପୁଷ୍ପା ୨: ଦି ରୁଲ୍' ର ସାମଗ୍ରିକ ରିଲିଜ୍ ବ୍ୟବସାୟ ଅନୁସାରେ ଫିଲ୍ମଟି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୨୨୦ କୋଟି ଟଙ୍କାର କାରବାର କରିଥିଲା। ସେହିପରି ଉତ୍ତର ଭାରତରେ ୨୦୦ କୋଟି, ତାମିଲନାଡୁରେ ୫୦କୋଟି ଟଙ୍କା ରୋଜଗାର କରିଥିଲା। ଅପରପକ୍ଷରେ କର୍ଣ୍ଣାଟକରେ ୩୦ କୋଟି, କେରଳରେ ୨୦ କୋଟି ଏବଂ ବିଦେଶ ବଜାରରେ ୧୪୦କୋଟି ଟଙ୍କା ରୋଜଗାର କରିଥିଲା। ଏଥିସହ ମ୍ୟୁଜିକ୍ ଅଧିକାରକୁ ୬୫ କୋଟି ଏବଂ ଉପଗ୍ରହ ଅଧିକାରକୁ ୮୫ କୋଟିରେ ବିକ୍ରି କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ଏହାର ଅଣ-ଥିଏଟର ଅଧିକାରରୁ ୪୨୫ କୋଟି ଟଙ୍କା ରୋଜଗାର କରିଥିଲା।
#Pushpa2TheRulepic.twitter.com/D5LOCxbsAB
— Allu Arjun (@alluarjun) October 17, 2024
'ପୁଷ୍ପା ୨: ଦି ରୁଲ୍' ୬ ଡିସେମ୍ବର ୨୦୨୪ରେ ବିଶ୍ବସ୍ତରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫାହାଦ୍ ଫାସିଲ ଅଭିନୟ କରିଛନ୍ତି। ଟି-ସିରିଜ୍ ଦ୍ୱାରା ଫିଲ୍ମର ମ୍ୟୁଜିକ୍ ଦିଆଯାଇଛି।
ଅଧିକ ପଢ଼ନ୍ତୁ:
ଜୟାଙ୍କ ପାଖରେ ଏଭଳି କ’ଣ ଅଛି ଯାହା ମୋ ପାଖରେ ନାହିଁ: ରେଖା ପଚାରିଥିଲେ ପ୍ରଶ୍ନ
ଐଶ୍ୱର୍ଯ୍ୟା ଆଉ ବଚ୍ଚନ ପରିବାରର ଅଂଶ ନୁହଁନ୍ତି! 'କେବିସି ୧୬' ଭିଡିଓରୁ ବୋହୂରାଣୀ ନିଖୋଜ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/10/22/zsp55Lv2PiuJva72q72A.jpeg)