ପୁଷ୍ପା-୨ର ମହଙ୍ଗା ଟିକେଟ ମୂଲ୍ୟକୁ ନେଇ ରାମ ଗୋପାଳଙ୍କ ପ୍ରତିକ୍ରିୟା

କୌଣସି ସାଧାରଣ ହୋଟେଲରେ ବସି ଇଡ଼ଲି ଖାଉଥିବା ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ଯଦି ଆପଣଙ୍କୁ ମହଙ୍ଗା ୭ଷ୍ଟାର ଇଡଲି ଖାଇବାର ନାହିଁ ତେବେ ଖାଆନ୍ତୁ ନାହିଁ। କାରଣ ଏହା ଏକ ମନୋରଞ୍ଜନ। ଆବଶ୍ୟକତା ନୁହେଁ।’

ee

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ସିନେମା 'ପୁଷ୍ପା-୨' ରିଲିଜ ପୂର୍ବରୂ ୧୨୫କୋଟି ଟଙ୍କା ରୋଜଗାର କରିସାରିଛି। ଏଥିସହିତ ରିଲିଜର ପ୍ରଥମଦିନରେ ଏହା ୨୫୦କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। 

ଏହି କ୍ରମରେ  ସିନେମା ଟିକେଟ ମୂଲ୍ୟକୁ ନେଇ  କନ୍ନଡ ଚଳଚ୍ଚିତ୍ର ନିର୍ମାତା ସଂଘ ବେଙ୍ଗାଲୁରୁ ଜିଲ୍ଲା କମିଶନରଙ୍କୁ ଏକ ଚିଠି ଲେଖିଛନ୍ତି। 'ପୁଷ୍ପା-୨' ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ୫୦୦, ୧୦୦୦ ଏବଂ ୧୫୦୦ ଟଙ୍କା ରଖାଯାଇଛି।

ଆସୋସିଏସନ କହିଛି ଯେ, ଏହି ମୂଲ୍ୟ ଆଇନ ବିରୁଦ୍ଧ ଅଟେ। ଏଭଳି ପରିସ୍ଥିତିରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏମିତିକି ମୁମ୍ବାଇରେ ପୁଷ୍ପା-୨ର ଗୋଟିଏ ଟିକେଟ ୩୦୦୦ଟଙ୍କାରେ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଛି। 

ଟିକେଟ ମୂଲ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଘଟଣାରେ ସିନେମା ନିର୍ମାତା ରାମ ଗୋପାଳ ବର୍ମା ପ୍ରତିକ୍ରିୟା ‌ଦେଇ କହିଛନ୍ତି, ‘ସିନେମା ଟିକେଟ ମହଙ୍ଗା ମୂଲ୍ୟରେ ବିକ୍ରି ହେବା ସାଧାରଣ କଥା। ଏହା କୌଣସି ସାଧାରଣ ହୋଟେଲରେ ବସି ଇଡ଼ଲି ଖାଉଥିବା ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ଯଦି ଆପଣଙ୍କୁ ମହଙ୍ଗା ୭ଷ୍ଟାର ଇଡଲି ଖାଇବାର ନାହିଁ ତେବେ ଖାଆନ୍ତୁ ନାହିଁ। କାରଣ ଏହା ଏକ ମନୋରଞ୍ଜନ। ଆବଶ୍ୟକତା ନୁହେଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe