କାନ୍ଦୁଥିବା ସ୍ତ୍ରୀଙ୍କୁ ବୁଝାଇବା ପରେ ପୁଲିସ ଗାଡ଼ିରେ ବସିଥିଲେ ଅଲ୍ଲୁ

ସନ୍ଧ୍ୟା ଥିଏଟରରେ ଜଣେ ମହିଳା ଦର୍ଶକଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପାଇଁ ପହଞ୍ଚିଥିବା ପୁଲିସକୁ ଦେଖି କାନ୍ଦିଲେ ସାଉଥସୁପରଷ୍ଟାର ସ୍ତ୍ରୀ ସ୍ନେହା।

ds


ହାଇଦ୍ରାବାଦ: ସାଉଥସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ସନ୍ଧ୍ୟା ଥିଏଟରରେ ଜଣେ ମହିଳା ଦର୍ଶକଙ୍କ ମୃତ୍ୟୁ ହେବା ଘଟଣାକୁ କେନ୍ଦ୍ର କରି ହାଇଦ୍ରାବାଦ ପୁଲିସ ଗିରଫ କରିଛି।

ଶୁକ୍ରବାର ସକାଳେ ଗିରଫ କରିବା ପାଇଁ ପୁଲିସ ଯେତେବେଳେ ଅଭିନେତାଙ୍କ ଘରେ ପହଞ୍ଚିଥିଲା ଅଲ୍ଲୁ ଅର୍ଜୁନ ତାଙ୍କ ସ୍ତ୍ରୀଙ୍କ ସହିତ ଘରେ ଥିଲେ। ଘର ବାହ‌ାରେ ପୁଲିସ ଥିବା ଦେଖି ସ୍ତ୍ରୀ ସ୍ନେହା ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇଯାଇ କାନ୍ଦିବାକୁ ଲାଗିଥିଲେ। 

ଅଲ୍ଲୁ ପୁଲିସ ଆସିବା ଜାଣି ତଳକୁ ଓହ୍ଲାଇ ଚା’ ପିଇପିଇ ସମ୍ମାନର ସହ କଥା ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। 

ଏହି ଭିଡିଓରେ ଦେଖିବାକୁ ମିଳୁଛି ଅଲ୍ଲୁ ଘର ତଳେ ଥିବା ପାର୍କିଂ ସ୍ଥାନରେ ଚା’ କପ ଧରି ଛିଡ଼ା ହୋଇଛନ୍ତି। ଏହି ସମୟରେ ଅଭିନେତାଙ୍କ ସ୍ତ୍ରୀ ସ୍ନେହା ବି ସେଠାରେ ଅଛନ୍ତି। ଏସବୁ ଘଟଣାକୁ ଦେଖି ସ୍ନେହା ଭୟଭୀତ ହୋଇ କାନ୍ଦୁଛନ୍ତି। ସ୍ତ୍ରୀଙ୍କୁ କାନ୍ଦୁଥିବା ଦେଖି ଅଲ୍ଲୁ  ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ସ୍ତ୍ରୀ ସ୍ନେହାଙ୍କୁ ବୁଝାଇବା ପରେ ଅଲ୍ଲୁ ପୁଲିସଗାଡ଼ିରେ ବସି ଥାନା ଅଭିମୁଖେ ବାହାରି ଯାଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe