‘ପୁଷ୍ପା ଦ ରାଇଜର’ର ଷ୍ଟାର ଅଲ୍ଲୁ ଅର୍ଜୁନ୍‌ଙ୍କ ଏହି ସିନେମାକୁ ମାଗଣାରେ ଦେଖି ପାରିବେ ଦର୍ଶକ

Advertisment
‘ପୁଷ୍ପା ଦ ରାଇଜର’ର ଷ୍ଟାର ଅଲ୍ଲୁ ଅର୍ଜୁନ୍‌ଙ୍କ ଏହି ସିନେମାକୁ ମାଗଣାରେ ଦେଖି ପାରିବେ ଦର୍ଶକ

ନୂଆଦିଲ୍ଳୀ : ‘ପୁଷ୍ପା ଦ ରାଇଜର’ର ହିନ୍ଦୀ ଡବିଂ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ସିନେମାରେ ଅଲ୍ଲୁ ଅର୍ଜୁନ୍‌ଙ୍କ ସଂଳାପ , ଗୀତ ଓ ନୃତ୍ୟକୁ ଦର୍ଶକ ବେଶ ପସନ୍ଦ କରିଥିବା ସହିତ ସୋସିଆଲ ମିଡିଆରେ ବି ଟ୍ରେଣ୍ଡ ଚାଲିଛି ।

ଏହାରି ମଧ୍ୟରେ ଅଲ୍ଲୁ ଅର୍ଜୁନ୍‌ଙ୍କ ସିନେମା ‘ଅଲ୍ଲା ବୈକୁଣ୍ଠପୁରମଲୁ’ର ହିନ୍ଦୀରେ ରିଲିଜ୍‌ କରିବାର ପ୍ରସ୍ତୁତି ହୋଇ ସାରିଛି । ତେବେ ଘୋଷଣା ହୋଇଥିଲା କି ଏହି ସିନେମା ପ୍ରେକ୍ଷାଳୟରେ ରିଲିଜ ହେବ ନାହିଁ। ଯାହାକୁ ନେଇ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାରି ଭିତରେ ଖବର ଆସିଛି କି ଏହି ସିନେମାକୁ ଦର୍ଶକ ଖୁବ ଶୀଘ୍ର ଘରେ ବସି ଟିଭିରେ ମାଗଣାରେ ଦେଖି ପାରିବେ ।

Ala Vaikunthapurramuloo Review {3.5/5}: There's romance, drama, comedy, emotion and lots of swag

ଗୋଲ୍ଡମାଇନ୍ସ ଟେଲିଫିଲ୍ମସ୍‌ ଏକ ଟ୍ବିଟ୍‌ ସେୟାର କରିଛି । ଏହି ଟୁଇଟରେ ‘ଅଲ୍ଲା ବୈକୁଣ୍ଠପୁରମଲୋ’ର ଅପଡେଟ୍ ରହିଛି। ଟ୍ବିଟରେ ଲେଖା ହୋଇଛି ‘ଅଲ୍ଲା ବୈକୁଣ୍ଠପୁରମଲୋ’ (ହିନ୍ଦୀ) ଥିଏଟରରେ ରିଲିଜ୍‌ ହେବ ନାହିଁ । କିନ୍ତୁ ସମସ୍ତ ଦର୍ଶକଙ୍କର ଭଲ ପାଇବାକୁ ଦୃଷ୍ଟିରେ ରଖି ସିନେମାକୁ ୬ ଫେବ୍ରୁଆରିରେ ‘ଢିଙ୍କଚକ୍‌ ଟିଭି’ରେ ରିଲିଜ୍‌ କରାଯିବ । ଏହି ଟୁଇଟ ସାମ୍ନାକୁ ଆସିବା ପରେ ଅଲ୍ଲୁଅର୍ଜୁନଙ୍କ ଫ୍ୟାନଙ୍କ ମଧ୍ୟ‌ରେ ସିନେମା ଦେଖିବାକୁ ଉତ୍ସାହ ବଢ଼ି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe