ପୁଷ୍ପା: ଦ ରାଇଜ୍‌ର ୱାର୍ଲଡ୍ ପ୍ରିମିୟର୍

Advertisment
୧୦୦ କୋଟି କ୍ଲବରେ ‘ପୁଷ୍ପା’, କେବଳ ହିନ୍ଦୀ ଭର୍ସନର ଆୟ ୭ ସପ୍ତାହରେ ଶହେ କୋଟି ଟପିଲା

Telegraph Star

୨୦୨୧‌ ଡିସେମ୍ବର ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍‌’। ଓଟିଟି ମଞ୍ଚରେ ମଧ୍ୟ ଏଇ ଚଳଚ୍ଚିତ୍ରର ପ୍ରିମିୟର୍ ହୋଇ ଏହା ଆଶାତୀତ ଭାବେ ଦର୍ଶକାଦୃତି ଲାଭ କରିଥିଲା। ହିନ୍ଦୀ ଭାଷାରେ ଏହା ଏବେ ମୁକ୍ତିଲାଭ କରିବାକୁ ଯାଉଛି। ଢିଞ୍ଚାକ୍ ଟିଭି ଚ୍ୟାନେଲ୍‌ରେ ପ୍ରିମିୟର୍ ହେବାକୁଥିବା ଏଇ ଫିଲ୍ମର ପ୍ରଯୋଜନା କରୁଛନ୍ତି ମନୀଷ ଶାହା।

ମନୀଷ କହିଛନ୍ତି, ଓଟିଟି ମାଧ୍ୟମରେ ପ୍ରିମିୟର୍ ହେବା ପରେ ‘ପୁଷ୍ପା: ଦ ରାଇଜ୍’ ଫିଲ୍ମଟିକୁ ଅନ୍ୟୂନ ୯୦ କୋଟି ଦର୍ଶକ ଦେଖିଛନ୍ତି। ତେବେ ଏହାକୁ ହିନ୍ଦୀ ଭାଷାରେ ଡବ୍ କରିବା ପରେ ଗତ ଜାନୁଆରି ୧୪ ତାରିଖରେ ଆମାଜନ୍ ପ୍ରାଇମ୍ ଭିଡିଓରେ ପ୍ରଦର୍ଶିିତ କରାଯାଇଥିଲା। ଏହାର ମୁଖ୍ୟ ନାୟକ ଆଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ଉତ୍କଣ୍ଠା ପ୍ରକାଶ କରିଥିଲେ।

publive-image mid-day.com

‘ପୁଷ୍ପା: ଦ ରାଇଜ୍’ର ପ୍ରଥମ ଭାଗ ଆଗାମୀ ମାର୍ଚ୍ଚ ୨୦ ଅଥବା ୨୭ ତାରିଖରେ ଟେଲିଭିଜନରେ ପ୍ରସାରିତ ହେବ। ଟେଲିଭିଜନ ମାଧ୍ୟମରେ ଏହାର ୱାର୍ଲଡ୍ ପ୍ରିମିୟର୍ ହେବ ବୋଲି ମନୀଷ ସ୍ପଷ୍ଟ କରିଛନ୍ତି। ଯେମିତି ଦକ୍ଷିଣୀ ସିନେମା ‘ବାହୁବଳୀ’ ଦର୍ଶକାଦୃତ ହେଇଥିଲା ଏବଂ ମନୀଷଙ୍କ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରଟି ୨୦୨୦ରେ ଆଶାତୀତ ଭାବେ ଲୋକପ୍ରିୟତା ପାଇଥିଲା, ‘ପୁଷ୍ପା: ଦ ରାଇଜ୍’ ଅନୁରୂପ ଦର୍ଶକପ୍ରିୟତା ହାସଲ କରିବ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe