ଚାରି ବର୍ଷ ପରେ ବଡ଼ ପରଦାରେ ସବ୍ୟସାଚୀ: ଆଜି ମୁକ୍ତିଲାଭ କଲା ‘ପୁଷ୍କରା’

ଚାରି ବର୍ଷ ପରେ ବଡ଼ ପରଦାରେ ସବ୍ୟସାଚୀ: ଆଜି ମୁକ୍ତିଲାଭ କଲା ‘ପୁଷ୍କରା’

ଭୁବନେଶ୍ବର: ସମସ୍ତ ପ୍ରତୀକ୍ଷାର ଅବସାନ ଘଟାଇ ଅବଶେଷରେ ଆଜି ଗଣେଶ ପୂଜାରେ ୨୦୨୩ର ବହୁପ୍ରତୀକ୍ଷିତ ଓଡ଼ିଆ ଛବି ‘ପୁଷ୍କରା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ‘ପୁଷ୍କରା’ର ପ୍ରିମିଅର୍ ସୋ’ ରାଜଧାନୀର ମହାରାଜା ସିନେମା ହଲରେ ଜାରି ରହିଛି।

କିଛି ଦିନ ତଳେ ‘ପୁଷ୍କରା’ର ଟ୍ରେଲରରେ ନାୟକ ସବ୍ୟସାଚୀଙ୍କ ବିଭିନ୍ନ ରୂପ ଦେଖିବାକୁ ମିଳିଥିଲା। କେତେବେଳେ ସେ ଗଞ୍ଜେଇ ଟାଣୁଛନ୍ତି, ତ ପୁଣି କେତେ କେତେବେଳେ ସମୁଦ୍ରକୂଳରେ ଶୋଇଛନ୍ତି, ଆଉ ସାଗରର ଢେଉ ତାଙ୍କ ଉପରକୁ ମାଡ଼ି ଆସିଛି। ଏଥିରେ ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିଥିଲା। ଏହା ସବ୍ୟସାଚୀ-ସୁପ୍ରିୟା ଯୋଡ଼ିଙ୍କର ପ୍ରଥମ ସିନେମା।

ଏଥିରେ ଚୌଧୁରୀ ବିକାଶ ଦାସ ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ପ୍ରସ୍ତୁତ  ଏହି ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ। ‘ପୁଷ୍କରା’ର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି। ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି। ରମେଶ ବାରିକ ଏହାର ନିର୍ମାତା। ବିଭୂତି ଭୂଷଣ ଗଡ଼ନାୟକ ଏହାର ସଙ୍ଗୀତକାର। ଏହି ସିନେମା ଏଥିରେ ଏକ ସଂପୂର୍ଣ୍ଣ ଭିନ୍ନ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ  ସେ ଖୁବ୍ ଖୁସି। ‘ପୁଷ୍କରା’  ତାଙ୍କ କ୍ୟାରିଅରକୁ ନୂଆ ମୋଡ଼ ଦେବ ବୋଲି ସବ୍ୟସାଚୀ ଆଶା ପ୍ରକାଶ କରିଛନ୍ତି। ଫିଲ୍ମକୁ ଦର୍ଶକୀୟ ସମର୍ଥନ ମିଳିବ ବୋଲି ପୁରା ଟିମ୍ ଆଶାବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe