ମା’ ହେଲେ 'ପ୍ୟାର୍ କା ପଞ୍ଚନାମା' ଅଭିନେତ୍ରୀ ସୋନାଲି ସେଗଲ୍

Advertisment

ମା’ ହେଲେ ପ୍ୟାର୍ କା ପଞ୍ଚନାମାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୋନାଲି ସେଗଲ୍। ଅଭିନେତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ସୂଚନା ମିଳିଛି ଯେ, ସୋନାଲି ବୁଧବାର ସନ୍ଧ୍ୟାରେ ସାଣ୍ଟା କ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।

tsona

ମୁମ୍ବାଇ: ମା’ ହେଲେ ପ୍ୟାର୍ କା ପଞ୍ଚନାମାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୋନାଲି ସେଗଲ୍। ଅଭିନେତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ସୂଚନା ମିଳିଛି ଯେ, ସୋନାଲି ବୁଧବାର ସନ୍ଧ୍ୟାରେ ସାଣ୍ଟା କ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା ଏବଂ ଝିଅ ସୁସ୍ଥ ଥିବା ସାମ୍ନାକୁ ଆସିଛି। ଅଭିନେତ୍ରୀ ସୋନାଲି ସେଗଲ ଏବଂ ଆଶିଷ ସଜନାନୀଙ୍କ ଏହା ପ୍ରଥମ ସନ୍ତାନ। ଦୁହେଁ ୨୦୨୩ରେ ବିବାହ କରିଥିଲେ | ଚଳିତ ବର୍ଷ ଅଗଷ୍ଟ ମାସରେ ସୋନାଲି ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଗର୍ଭବତୀ ଥିବା ଖବର ସେୟାର କରିଥିଲେ।

ସେ ଲେଖିଥିଲେ, "ବିୟର ବୋତଲଠାରୁ ଆରମ୍ଭ କରି ବେବି ବୋତଲ ପର୍ଯ୍ୟନ୍ତ। ଆଶିଷଙ୍କ ଜୀବନ ବଦଳିବାକୁ ଯାଉଛି। ମୋ କଥା କହିବାକୁ ଗଲେ କିଛି ଜିନିଷ ବଦଳିଛି। ପୂର୍ବରୁ ମୁଁ ଜଣକ ପାଇଁ ଖାଉଥିଲି, ବର୍ତ୍ତମାନ ମୁଁ ୨ଜଣକ ପାଇଁ ଖାଉଛି। ଶମଶେର(ପୋଷା କୁକୁର) ବଡ଼ ଭାଇ କେମିତି ହେବ ତ‌ାହା ଶିଖୁଛି। ମୁଁ ବହୁତ ଖୁସି ଅଛି। ଆମକୁ ଶୁଭେଚ୍ଛା ଦିଅନ୍ତୁ। ଡିସେମ୍ବର ୨୦୨୪ରେ ଆସୁଛି |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe