ବିବାହ କଲେ ଫିଲ୍ମ 'ପ୍ୟାର କା ପଞ୍ଚନାମା-୨'ର ଅଭିନେତ୍ରୀ ସୋନାଲି

Advertisment
ବିବାହ କଲେ ଫିଲ୍ମ 'ପ୍ୟାର କା ପଞ୍ଚନାମା-୨'ର ଅଭିନେତ୍ରୀ ସୋନାଲି

ମୁମ୍ବାଇ: ବିବାହ କଲେ ଫିଲ୍ମ 'ପ୍ୟାର କା ପଞ୍ଚନାମା'ରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୋନାଲି ସେହଗଲ। ଖବର ଅନୁଯାୟୀ, ସୋନାଲି ତାଙ୍କର ପ୍ରେମିକ ଆଶିଷ ସଜନାନୀଙ୍କୁ ଆଜି ବିବାହ କରିଛନ୍ତି। ଦୁହେଁ ପରସ୍ପରକୁ ୫ବର୍ଷରୁ ଅଧିକ ବର୍ଷ ହେଲାଣି ଡେଟ କରୁଥିଲେ। କିଛି ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଦୁହେଁ ଏବେ ବିବାହ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଶିଷ ଜଣେ ବ୍ୟବସାୟୀ, ତାଙ୍କର ଅନେକ ହୋଟେଲ ରହିଛି। ଦୁହିଁଙ୍କ ହଲଦୀ ଜୁନ୍ ୫ର ହୋଇଥିବା ବେଳେ ଆଜି ଦୁହିଁଙ୍କର ବିବାହ ହୋଇଛି।

Kartik Aaryan at Sonnalli Seygall's wedding. (Pic: Viral Bhayani) news18

କେବଳ ପରିବାର ଓ କିଛି ଘନିଷ୍ଠ ବନ୍ଧୁ ‌ସୋନାଲି ଓ ଆଶିଷଙ୍କ ବିବାହରେ ଯୋଗ ଦେଇଥିବା ଦେଖାଯାଇଛି। ବଲିଉଡ କଳାକାର କାର୍ତ୍ତିକ ଆରୟନ ସୋନାଲିଙ୍କ ବିବାହରେ ସାମିଲ ହୋଇଥିବାର ଫଟୋ ସାମ୍ନାକୁ ଆସିଛି।

ବିବାହରେ ସୋନାଲି ଏକ ହାଲୁକା ଗୋଲାପି ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ତାଙ୍କ ସହ ‌ତାଙ୍କ ପୋଷା କୁକୁର ମଧ୍ୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଥିଲା। ଦୁହେଁ ଏକା ସାଙ୍ଗରେ ବିବାହ ସ୍ଥଳକୁ ଯାଇଥିଲେ।

Sonnalli Seygall-Ashesh Sajnani Wedding: Actress Walks Down Aisle With Pet Dog

ଉଲ୍ଲେଖଯୋଗ୍ୟ, ସୋନାଲି ୨୦୧୧ମସିହାରେ 'ପ୍ୟାର କା ପଞ୍ଚନାମା' ସହିତ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଲଭ୍ ରଂଜନ। ଏହା ପରେ ସୋନାଲିଙ୍କୁ 'ପ୍ୟାର୍ କା ପଞ୍ଚନାମା ୨'ରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ 'ୱେଡିଂ ପୁଲାଓ'ରେ ମଧ୍ୟ ଅଭିନୟ କରିଥିଲେ। କିଛି ସମୟ ପୂର୍ବରୁ ସଲମାନ ଖାନଙ୍କ ସହ ଥମ୍ସ ଅପ୍ ବିଜ୍ଞାପନରେ ସୋନାଲିଙ୍କୁ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe