ଦକ୍ଷିଣୀ ସିନେମାର ମହାରାଣୀ

Advertisment
ଦକ୍ଷିଣୀ ସିନେମାର ମହାରାଣୀ

DNA India

ଗୋଟିଏ ଦିଗରେ ବିଫଳତା ଜଣକ ପାଇଁ ଅନ୍ୟ କେଉଁ ଦିଗରେ ସଫଳତା ଅଜାଡ଼ି ଦେଉଥିବାର ଅନେକ ନଜିର ରହିଛି। ତାହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଦକ୍ଷିଣୀ ସିନେ ଅଭିନେତ୍ରୀ କାଜଲ ଅଗ୍ରଵାଲ (କିଚଲୁ)। ହିନ୍ଦୀ ସିନେମାରେ ପ୍ରଥମ ପଦାର୍ପଣରେ ଚରମ ବିଫଳତା ସତ୍ତ୍ବେ କାଜଲ ତେଲୁଗୁ ଓ ତାମିଲ ଭାଷାରେ ପ୍ରାୟ ୫୦ରୁ ଅଧିକ ସିନେମାରେ ଅଭିନୟ କରି ସେ ଏବେ ଦକ୍ଷିଣ ଭାରତୀୟ ସିନେ ଦୁନିଆର ଜଣେ ଆଗଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ। ଏପରିକି ଦକ୍ଷିଣୀ ସିନେମାର ମହାରାଣୀ କହିଲେ ପ୍ରଶଂସକମାନେ କାଜଲଙ୍କୁ ବୁଝନ୍ତି।

୧୮ ବର୍ଷର ଅଭିନୟ ଜୀବନ ଭିତରେ ସେ ୩ଟି ଦକ୍ଷିଣ ଭାରତୀୟ ଆନ୍ତର୍ଜାତିକ ସମ୍ମାନ ସମେତ ୧୬ଟି ଜାତୀୟ ସ୍ତରୀୟ ସମ୍ମାନ ହାସଲ କରିପାରିଛନ୍ତି। ମୁମ୍ବାଇରେ ୧୯୮୫ ଜୁନ୍‌ ୧୯ ତାରିଖରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ନେଇଥିବା କାଜଲ ଗଣଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଶିକ୍ଷାର ଶେଷ ବର୍ଷରେ ତାଙ୍କୁ ହିନ୍ଦୀ ଫିଲ୍ମ ‘କ୍ୟୁଁ!... ହୋ ଗୟା ନା’ରେ ଏକ ସଂକ୍ଷିପ୍ତ ପାର୍ଶ୍ବ ନାୟିକା ଭୂମିକାରେ ସୁଯୋଗ ମିଳିଥିଲା। ମାତ୍ର ତାହା ବିଫଳ ସାବ୍ୟସ୍ତ ହୋଇଥିଲା।

ମାତ୍ର ସେ ଏଥିରେ ହତୋତ୍ସାହିତ ନହୋଇ ୨୦୦୭ରେ ତାମିଲ ସିନେମା ‘ଲକ୍ଷ୍ମୀ କଲ୍ୟାଣମ୍‌’ରେ ଏକ ପ୍ରମୁଖ ଭୂମିକା ପାଇ ନିଜର ସ୍ବପ୍ନକୁ ପୁଣି ସଜାଡ଼ିବାକୁ ଲାଗିଥିଲେ। ତାହା ତାଙ୍କୁ ସେଇ ବର୍ଷ ଶେଷ ଆଡ଼କୁ ଅନ୍ୟତମ ତେଲୁଗୁ ସିନେମା ‘ଚନ୍ଦାମାମା’ରେ ଅନୁରୂପ ନାୟିକା ସାଜିବା ପାଇଁ ବାଟ ଫିଟାଇଥିଲା। ତେବେ ୨୦୦୯ରେ ସୁପର୍‌ହିଟ୍‌ ଐତିହାସିକ ତେଲୁଗୁ ଫିଲ୍ମ ‘ମଗଧୀରା’ କାଜଲଙ୍କୁ ଅପୂର୍ବ ଖ୍ୟାତି ଓ ପ୍ରତିଷ୍ଠାରେ ପୋତି ଦେଇଥିଲା। ସେହିପରି ୨୦୧୨ରେ ତାମିଲ ଫିଲ୍ମ ‘ନାନ୍‌ ମାତ୍ରାନ୍‌’ ସମେତ ପରେ ପରେ ତେଲୁଗୁ ଫିଲ୍ମ ‘ନାୟକ’, ‘ବାଦଶାହ’ ଓ ‘ଖିଲାଡ଼ି’ ଆଦିରେ ସେ ଏହି ସଫଳତା ଧାରା ବଜାୟ ରଖିବା ସହ ଦକ୍ଷିଣ ଭାରତୀୟ ସିନେମାର ସର୍ବାଧିକ ପାରିଶ୍ରମିକ ପାଉଥିବା ନାୟିକାର ମର୍ଯ୍ୟାଦା ହାସଲ କରିପାରିଥିଲେ।

ଏହାପରେ ତାଙ୍କୁ ଆଉ ପଛକୁ ଫେରିବାର କି ଝୁଣ୍ଟିବାର ଅବକାଶ ମିଳିନାହିଁ। ପ୍ରଶଂସକ ତଥା ଦର୍ଶକଙ୍କୁ ନିୟମିତ ଗୋଟିଏ ପରେ ଗୋଟିଏ ସିନେମା ଭେଟି ଦେଇ ଚାଲିଛନ୍ତି। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ‘ହେ ସିନାମିକା’ ସିନେମା ମଧ୍ୟ ପୂର୍ବ ପରି ଲୋକପ୍ରିୟତା ସମର୍ପି ଦେଇଛି। ଏହି ଅବସରରେ ୨୦୨୦ ଅକ୍ଟୋବର ୬ରେ ଗୌତମ କିଚଲୁଙ୍କୁ ବିବାହ କରିଥିବା କାଜଲଙ୍କର ଗତ ଏପ୍ରିଲ ୧୯ରେ ଏକ ପୁତ୍ରସନ୍ତାନ ଲାଭ ହୋଇଛି। ତେଣୁ ଏଇ କିଛି ଦିନ ପାଇଁ ସେ ସିନେ ଦୁନିଆଁଠାରୁ ଦୂରେଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe