କାଲି ପରଦାକୁ ‘କୁଇନ୍’ ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ

Advertisment
ଅନୁଭବଙ୍କ ବିରୋଧରେ ପୁଣି ଥାନାକୁ ଗଲେ ବର୍ଷା, ଭିଡିଓ ଭାଇରାଲ ଘଟଣାରେ ତାଙ୍କର ସମ୍ମାନ ହାନି ହେଉଛି

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ନୂଆ ସିନେମା ‘କୁଇନ୍’ ଆଗାମୀ ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏଥିରେ ବର୍ଷା ପ୍ରଥମ ଥର ଲାଗି ଜୟଜିତଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ଏଥିରେ ଉଷସୀ ମିଶ୍ର,ପପି ସନ୍ତୁକା ଏବଂ ହରିଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଜଣାଶୁଣା ପ୍ରଯୋଜକ ବିଜୟ କନ୍ଦୋଇ ଏହି ସିନେମାର ପ୍ରଯୋଜନା କରିଛନ୍ତି। ସେ ଆଗରୁ ‘ରକତ ଚିହ୍ନିଛି ନିଜର କିଏ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ଟୋପାଏ ସିନ୍ଦୁର ଦି’ ଟୋପା ଲୁହ’, ‘କଥା ଦେଇଥିଲି ମା’କୁ’, ‘ଥ୍ୟାଙ୍କ୍ ୟୁ ଭଗବାନ୍’ , ‘ଦିୱାନା’, ‘ଦୋସ୍ତି’ ଭଳି ଓଡ଼ିଆସିନେମା ନିର୍ମାଣ କରିଛନ୍ତି।

‘ବ୍ୟାଚେଲର୍’, ‘ଯିଏ ଯାହା କହୁ ମୋର ଢ଼ୋ’, ‘ଗୋଟେ ଶୁଆ ଗୋଟେ ଶାରୀ’, ‘ଛାତି ତଳେ ଡିଙ୍ଗ ଡଂ’, ‘ଭୈରବ’ ଏବଂ ‘ନାୟକର ନାଆଁ ଦେବଦାସ’ ଭଳି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ମୃତ୍ୟୁଞ୍ଜୟ ସାହୁ(ବାପି) ଏହାର ନିର୍ଦେଶକ। ଏହାର ସଂଳାପ ବିଜୟ ମଲ୍ଲ ଲେଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦେଶକ ହେଲେ ମଳୟ ମିଶ୍ର।

ସୂଚନାଯୋଗ୍ୟ, ଗତ ବର୍ଷ ବର୍ଷା ପ୍ରିୟଦର୍ଶିନୀଙ୍କର କେବଳ ଗୋଟିଏ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ତାହା ହେଲା‘ନିମକି’। ସୁଶାନ୍ତ ମଣିଙ୍କ ନିର୍ଦେଶିତ ଏହି ସିନେମାରେ ବର୍ଷାଙ୍କୁ ଟାଇଟଲ୍ ରୋଲରେ ଦେଖିବାକୁ ମିଳିଥିଲା।
ଓଲିଉଡ ହିରୋଇନ୍ ଭାବେ ବର୍ଷା ପ୍ରିୟଦର୍ଶିନୀ ବ୍ରଜରାଜ ମୁଭିଜର ସୁପରହିଟ୍ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

publive-image

‘କୁଇନ୍’ ଦର୍ଶକଙ୍କୁ କେତେ ଆକର୍ଷିତ କରିପାରୁଛି , ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe