ସନ୍ଧ୍ୟା ଥିଏଟର ପକ୍ଷରୁ ପୁଲିସକୁ ଦିଆଯାଇଥିବା ଚିଠି ସାମ୍ନାକୁ ଆସିଲା

Advertisment

ସନ୍ଧ୍ୟା ଥିଏଟରର ପରିଚାଳକ ଦାବି କରି କହିଛନ୍ତି, ‘ଅଲ୍ଲୁ ଅର୍ଜୁନ ପୁ‌ଷ୍ପା-୨ର ପ୍ରିମିୟର ‌ସୋ’ ପାଇଁ ସନ୍ଧ୍ୟା ଥିଏଟରକୁ ଆସିବେ ବୋଲି ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇଥିଲା।

Updated On

ସନ୍ଧ୍ୟା ଥିଏଟରର ପରିଚାଳକ ଦାବି କରି କହିଛନ୍ତି, ‘ଅଲ୍ଲୁ ଅର୍ଜୁନ ପୁ‌ଷ୍ପା-୨ର ପ୍ରିମିୟର ‌ସୋ’ ପାଇଁ ସନ୍ଧ୍ୟା ଥିଏଟରକୁ ଆସିବେ ବୋଲି ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇଥିଲା।

ଅଦ୍ୟତନ ହୋଇଛି
ew


ହାଇଦ୍ରାବାଦ: ସାଉଥସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାପରେ  ହାଇଦ୍ରାବାଦର ସନ୍ଧ୍ୟା ଥିଏଟରର ପରିଚାଳକ ଓ ପୁଲିସ ପ୍ରଶାସନ ମଧ୍ୟରେ ବିବାଦ ଦେଖା ଦେଇଛି। ପରସ୍ପର ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। 

ସନ୍ଧ୍ୟା ଥିଏଟର ପରିଚାଳକ ଦାବି କରି କହିଛନ୍ତି, ‘ଅଲ୍ଲୁ ଅର୍ଜୁନ ପୁ‌ଷ୍ପା-୨ର ପ୍ରିମିୟର ‌ସୋ’ ପାଇଁ ସନ୍ଧ୍ୟା ଥିଏଟରକୁ ଆସିବେ ବୋଲି ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଆଉ ସୁରକ୍ଷା ବ୍ୟବସ୍ଥା ପାଇଁ ବି କୁହାଯାଇଥିଲା। ଏସବୁ ଲିଖିତ ଭାବେ ହାଇଦ୍ରାବାଦ ପୁଲିସକୁ ପୁ‌ଷ୍ପା-୨ର ପ୍ରିମିୟର ‌ସୋ’ର ଆୟୋଜନର  ଅନେକ ଦିନ ପୂର୍ବରୁ ଦିଆଯାଇଥିଲା। ଏହା ସତ୍ତ୍ବେ ବି ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା।  

ଏପଟେ ହାଇଦ୍ରାବାଦ ପୁଲିସ କହିଛି, ସନ୍ଧ୍ୟା ଥିଏଟରରେ ସାଉଥସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପହଞ୍ଚିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା।

ପୁଲିସର ଏହି ବୟାନ ପରେ ସନ୍ଧ୍ୟା ଥିଏଟରର ପରିଚାଳକ ଏକ ଚିଠି ସାମ୍ନାକୁ ଆଣିଛନ୍ତି। ଯେଉଁଥିରେ  ଅଲ୍ଲୁ ଅର୍ଜୁନ ଥିଏଟରରେ ପହଞ୍ଚିବା ସମ୍ପର୍କରେ ପୁଲିସକୁ ସୂଚିତ କରିଥିବା ଉଲ୍ଲେଖ ରହିଛି।  
ଏହି ଚିଠି ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ପୁଲିସକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe