ଭାଇରାଲ୍ ଭିଡିଓରେ ରାବଣର ନାଚ ଦେଖି ଲୋକେ କହିଲେ- ଇଏ ‘ଆଦିପୁରୁଷ’ର ରାବଣଠୁ ଢ଼େର ଭଲ

ଭାଇରାଲ୍ ଭିଡିଓରେ ରାବଣର ନାଚ ଦେଖି ଲୋକେ କହିଲେ- ଇଏ ‘ଆଦିପୁରୁଷ’ର ରାବଣଠୁ ଢ଼େର ଭଲ

ମୁମ୍ବାଇ: ପ୍ରଭାସ ଏବଂ ସୈଫ ଅଲ୍ଲୀଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରୁଥିବା ସୈଫ୍ ତାଙ୍କ ଲୁକ୍ ପାଇଁ ସୋସିଆଲ ମିଡିଆରେ ସମାଲୋଚିତ ହେଉଛନ୍ତି । ଏପରିକି ତାଙ୍କୁ ନେଇ ଅନେକ ମେମ୍ ମଧ୍ୟ ଇଣ୍ଟରନେଟରେ ସେୟାର କରାଯାଉଛି । ଆଗାମୀ ଚଳଚ୍ଚିତ୍ରକୁ ନେଇ ହୋଇଥିବା ସମସ୍ତ ସମାଲୋଚନା ଭିତରେ, ଏପରି ଏକ ଭିଡିଓ ଅଧିକ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ରାବଣର ଲୁକରେ ନାଚୁଥିବା ଦେଖିବାକୁ ମିଳୁଛି।

ଏପରି କରି ବ୍ୟକ୍ତି ଜଣକ ଏହି ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ଆପଣ ନିଶ୍ଚିତ ଭାବୁଥିବେ ଯେ ଏହି ଭିଡିଓରେ ଏପରି କ’ଣ ରହିଛି ଯେ  ଚଳଚ୍ଚିତ୍ରର ଜଣେ ନାମକରା କଳାକାରଙ୍କ ଭୂମିକା ସହ ଜଣେ ସାଧାରଣ ବ୍ୟକ୍ତିର ତୁଳନା କରାଯାଉଛି ? ପ୍ରକୃତରେ ଦେଖିବାକୁ ଗଲେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ରାବଣ ଲୁକରେ ନାଚୁଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ରାବଣ ବେଶରେ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରାସ୍ତା କଡ଼ରେ ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି । ଫ୍ୟାନ୍ସି ପୋଷାକ ପିନ୍ଧିଥିବା ଅନ୍ୟ ଜଣେ ବ୍ୟକ୍ତି ଜଣଙ୍କ ତାଙ୍କ ସହିତ ମଧ୍ୟ ତାଳ ଦେଇ ନାଚୁଛନ୍ତି । ରାବଣ ଭାବରେ ନାଚୁଥିବା ଏହି ବ୍ୟକ୍ତିଙ୍କ ନୃତ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍ ପସନ୍ଦ ଆସିଛି।

ଏହି ଭିଡିଓଟିକୁ ବୁଧବାର  ଅଥବା ୫ ଅକ୍ଟୋବରରେ ଅପଲୋଡ୍ କରାଯାଇଛି । ଭିଡିଓରେ ଲୋକମାନଙ୍କର ବହୁତ ମଜାଳିଆ ମନ୍ତବ୍ୟ ଦେଖିବାକୁ ମିଳୁଛି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ଇଏ ବି  ‘ଆଦିପୁରୁଷ’ରେ ରହିବା ଉଚିତ୍ ।  ସେହିପରି ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି- ‘ଆଦିପୁରୁଷ’ରେ ସୈଫଅଲ୍ଲୀ ଖାନଙ୍କ ବଦଳରେ ଏହି ବ୍ୟକ୍ତିଙ୍କୁ ବଦଳାଇଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe