The Indian Express
୨୦୧୮ର ଲୋକପ୍ରିୟ ଆକ୍ସନ୍ ଚଳଚ୍ଚିତ୍ର କେଜିଏଫ୍ର ଦ୍ବିତୀୟ ଭାଗରେ ରବିନା ଟଣ୍ଡନ ଅଭିନୟ କରିବେ। ନିକଟରେ ଏକ ସଭାରେ ଯୋଗ ଦେବା ଅବସରରେ ରବିନାଙ୍କ ସହ ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ଭେଟ ହୋଇଥିଲା। ପରେ ପ୍ରଶାନ୍ତ ତାଙ୍କୁ ଏଥିରେ ଅଭିନୟ କରିବାକୁ ପଚାରିବାରୁ ରବିନା କେଜିଏଫ୍-୨ର କାହାଣୀ ବିଷୟରେ ଜାଣିବାକୁ ଚାହିଥିଲେ। କାହାଣୀ ସଂପର୍କରେ ଅବଗତ ହେବା ପରେ ରବିନା ଅଭିନୟ କରିବାକୁ ଆଗ୍ରହ ଦେଖାଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରବିନା କେଜିଏଫ୍-୨ରେ ଅଭିନୟ କରିବାକୁ ଯାଉଥିବା ବେଳେ, ଏ ପର୍ଯ୍ୟନ୍ତ ପ୍ରଥମ ଭାଗକୁ ଦେଖିନାହାନ୍ତି। ଆଗାମୀ ୮ ତାରିଖରେ କେଜିଏଫ୍-୨ର ପ୍ରଥମ ଟିଜର୍ ରିଲିଜ୍ ହେବ।
Follow Us