ଏବେ ବି ସତେଜ ରହିଛି ଅଭିନେତ୍ରୀ ରବୀନାଙ୍କ ଜମାନା; ଆଜି ବି ପସନ୍ଦ କରୁଛନ୍ତି ଅଗଣତି ଦର୍ଶକ

Advertisment
ଏବେ ବି ସତେଜ ରହିଛି ଅଭିନେତ୍ରୀ ରବୀନାଙ୍କ ଜମାନା; ଆଜି ବି ପସନ୍ଦ କରୁଛନ୍ତି ଅଗଣତି ଦର୍ଶକ

ମୁମ୍ବାଇ: ପୁଣି ଥରେ ବରଷିଲା ପାଣି। ଏହାର ଧାରା ଥିଲା ଟିପ୍ ଟିପ୍। ‘ଟିପ୍ ଟିପ୍ ବରଷା ପାନି, ପାନି ନେ ଆଗ ଲଗାୟୀ, ଆଗ ଲଗୀ ଦିଲ୍‌ ମେ ତୋ ଦିଲ୍‌ କୋ ତେରି ୟାଦ ଆୟୀ’। ହିନ୍ଦୀ ଚଳଚ୍ଚିତ୍ର ‘ମୋହରା’ରେ ଥିବା ଏଇ ଗୀତ ଓ ଏହାର ଗୀତଦୃଶ୍ୟ ଆଜି ବି ମେଲୋଡ଼ି ଓ ଡ୍ୟାନ୍ସ ଗ୍ରୁପ୍‌ର ସବୁଠୁ ଉତ୍ତେଜକ ଆଇଟମ୍ ହେଇ ରହିଛି। ଏଇ ଗୀତଦୃଶ୍ୟ ଦେଖିବାକୁ ଦର୍ଶକ ବି ପାଗଳ। ନିକଟରେ ନରୱେର କୁଇକ୍ ଷ୍ଟାଇଲ୍‌ ଗ୍ରୁପ୍ ତରଫରୁ ଏଇ ନୃତ୍ୟ ଦେଖିବାକୁ ମିଳିଥିଲା। କ୍ରି‌କେଟର ବିରାଟ କୋହଲି, ଅଭିନେତା ଅନୀଲ କପୁର ଓ ସୁନୀଲ ସେଟ୍ଟୀ, ଅଭିନେତ୍ରୀ ମାହିରା ଖାନ୍ ମଧ୍ୟ ନରୱେ ଗ୍ରୁପ୍‌ କରିଥିବା ଏହି ଡ୍ୟାନ୍ସକୁ ସପୋର୍ଟ କରିଥିଲେ।

ଏଇ କିଛିଦିନ ହେବ ମୁମ୍ବାଇରେ ଏହି ଗ୍ରୁପ୍‌ ରହିଥିବା ବେଳେ ସିନେ ତାରକାଙ୍କ ବ୍ୟତୀତ ଗଣମାଧ୍ୟମ ସହ ଏହାର ସଦସ୍ୟମାନଙ୍କର ଭାବ ବିନିମୟ ହେଇଥିଲା। ‘ଟିପ୍ ଟିପ୍ ବରଷା ପାନି’ର ନାୟିକା ରବୀନା ମଧ୍ୟ ନରୱେ ଡ୍ୟାନ୍ସ ଗ୍ରୁପ୍‌କୁ ସାକ୍ଷାତ କରିଥିଲେ। ଗ୍ରୁପ୍‌ର ସଦସ୍ୟଙ୍କ ମଧ୍ୟରେ ଥିଲେ ବିଲାଲ ମଲ୍ଲିକ, ନାସିର ସିରିଖାନ୍, ସୁଲେମନ୍ ମଲ୍ଲିକ, ୟାସିନ୍ ତାବି, ରାଫେଲ୍ ଗୁଜମାନ୍, ୱିଲିୟମ୍ ଗାମ୍‌ବର୍ଗ, ଓସ୍କାର ଭିଗ୍‌ରେନ୍, ଏଗିଲ୍‌ ମାଇକେଲ୍‌, ଡେଭିଡ୍ ଭୁ, ଜାନ୍ ଏରିକ୍ ସନ୍ତୋଷ, ଦିଲେନ୍‌ ଡି ଜିଲଭା, କୁନାଲ୍‌ ଓ ବିଜର୍ଣ୍ଣ।

ଗତବର୍ଷ ‘କାଲା ଚଷ୍‌ମା’ ଗୀତଟି ବିଶ୍ବର ସିନେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଲାଲ୍‌ କହିଥିଲେ ଭାରତୀୟ ସଙ୍ଗୀତର ଏଇ କୁଇକ୍ ଷ୍ଟାଇଲ୍‌କୁ ଆମେ ଚଏସ୍ କରୁଛୁ। ‘କାଲା ଚଷମା’ ଆଜି ତାରିଖରେ ବି ଦର୍ଶକାଦୃତ ହେଉଛି। ଏଥିରେ ଭାରତୀୟ ପରମ୍ପରାର କଥା ବି ପ୍ରତିଫଳିତ ହେଇଛି। ଆମେ ଏଥିରୁ କେବଳ ଗୀତ କି ସଙ୍ଗୀତ ନୁହେଁ, ନୃତ୍ୟର ନିଆରା ସଂଯୋଜନା ମଧ୍ୟ ପରଦାରେ ଦେଖିବାକୁ ପାଉଛୁ। ଲାଗୁଛି ଏ‌ବେ ବି ରବୀନା ଜମାନା ସତେଜ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe