ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍‌

Advertisment
ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍‌

ଭୁବନେଶ୍ୱର: ଗୋଟାଏ ସମୟରେ ଓଲିଉଡ୍‌ରେ ଚହଳ ସୃଷ୍ଟି କରିଥିବା ନାୟିକା ହେଉଛନ୍ତି ରଚନା ବାନାର୍ଜୀ। ଯଦିଓ ସେ ନିଜ ମାତୃଭାଷା ବଙ୍ଗଳାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ମାତ୍ର ତାଙ୍କୁ ବିଶେଷ ସଫଳତା ଓଲିଉଡ୍‌ରୁ ହିଁ ମିଳିଛି। ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ତାଙ୍କର ଜବର୍‌ଦସ୍ତ ଯୋଡ଼ିକୁ ଆଜି ବି ଝୁରି ହୁଅନ୍ତି ଓଡ଼ିଶାର ଦର୍ଶକ।

ରଚନା ବାନାର୍ଜୀ ପ୍ରଥମେ ୧୯୯୪ ମସିହାରେ ‘ସାଗର ଗଙ୍ଗା’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ଦେଇଥିଲେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର। ତା’ପରେ ପରେ ସେ  ‘ଭାଇ ହେଲା ଭଗାରୀ’, ‘ସୁଭଦ୍ରା’, ‘ଯଶୋଦା’, ‘ସିନ୍ଦୂର ନୁହେଁ ଖେଳ ଘର’, ‘ଗଙ୍ଗା ଯମୁନା, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର’, ‘ସନ୍ତାନ’ ‘ସାଗର ଗଙ୍ଗା’ ଆଦି ବହୁ ଚମତ୍କାର ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ‘ସକଳ ତୀର୍ଥ ତୋ ଚରଣେ’ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତିଙ୍କ ସହ ନଜର ଆସି ଦର୍ଶକଙ୍କୁ ବିମୋହିତ କରିଥିଲେ ଏହି ବଙ୍ଗଳା ସୁନ୍ଦରୀ।

publive-image

ତାଙ୍କର ଉଲ୍ଲେଖନୀୟ ବଙ୍ଗଳା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପ୍ରତିଦାନ’, ‘ତପସ୍ୟା’, ‘ଅମୋଦିନୀ’, ‘ସବୁଜ ସାଥୀ’ ପ୍ରମୁଖ। ସେ ଓଡ଼ିଆ, ବଙ୍ଗଳା ବ୍ୟତୀତ ବହୁ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ବି ନଜର ଆସିଛନ୍ତି। ବଲଉଡ୍‌ର ସେହେନ୍ସା ଅମିତାଭ ବଚ୍ଚନଙ୍କ ସହ ରଚନା ‘ସୂର୍ଯ୍ୟୋବଂଶମ୍‌’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ।

କୋଲକାତାରେ ଜନ୍ମ ହୋଇଥିବା ଏହି ସୁନ୍ଦରୀ ନାୟିକା ଜଣକ କୋଲକାତାରେ ହେଉଥିବା ୧୯୯୪ ମସିହାରେ ‘ମିସ୍‌ କୋଲକାତା’ ହେବା ସହ ଦେଶର ୫ଟି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe