ବିଗ ବସରେ ନଜର ଆସିପାରନ୍ତି ରାଧେ ମା’

Advertisment
ବିଗ ବସରେ ନଜର ଆସିପାରନ୍ତି ରାଧେ ମା’

ମୁମ୍ବାଇ: ବିଗ ବସ ସିଜିନ-୧୪ରେ ନଜର ଆସିପାରନ୍ତି ରାଧେ ମା’ | ରିପୋର୍ଟ ଅନୁଯାୟୀ, ବିଗ୍ ବସ୍ ୧୪ ପାଇଁ ରାଧେ ମା’ଙ୍କୁ ଅଫର ଦିଆଯାଇଛି | ଗତ ସିଜିନ ପାଇଁ ମଧ୍ୟ ରାଧେ ମା’ ଓରଫ ସୁଖବିନ୍ଦର କୌରଙ୍କୁ ଅଫର ଦିଆଯାଇଥିଲା | କିନ୍ତୁ ସେ ସୋ’ରେ ନଜର ଆସି ନଥିଲେ | ଏବେ ଚର୍ଚ୍ଚା ଚାଲିଛି ଯେ ଚଳିତ ବର୍ଷ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଅଲିଟି ସୋ ବିଗ୍ ବସ୍ ରେ ରାଧେ ମା’ଙ୍କୁ ଦେଖିବାକୁ ମିଳିବ। ଏଥର ଯଦି ସେ ସୋ’କୁ ଆସନ୍ତି ତେବେ ଟିଭି ପରଦାର ଅଭିନେତା/ଅଭିନେତ୍ରୀମାନଙ୍କ ସହ ସେ କିପରି ରହିବେ ତାହା ଦେଖିବା ମଜାଦାର ହେବ।

ସୂଚନା ଥାଉ କି ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡୋରଙ୍ଗାଲା ଗ୍ରାମରେ ଜନ୍ମ ହୋଇଥିବା ସୁଖବିନ୍ଦର କୌର ଅଳ୍ପ ବୟସରେ ଆଧ୍ୟାତ୍ମିକତାର ପଥ ବାଛି ନେଇଥିଲେ। ଏହା ପରେ ସେ ନିଜର ରୋଜଗାରକୁ ଅଭାବୀ ଲୋକଙ୍କୁ ଦାନ କରିବା ଆରମ୍ଭ କଲେ | ତାଙ୍କର ଭଲ ଅନୁଗାମୀ ଥିବାବେଳେ ବର୍ତ୍ତମାନ ସେ ଶ୍ରୀ ରାଧେ ଗୁରୁ ମା’ ଚାରିଟେବୁଲ୍ ଟ୍ରଷ୍ଟ ଚଳାଉଛନ୍ତି |

କିଛି ଦିନ ପୂର୍ବରୁ, ସେ ପିଏମ କେୟାର ଫଣ୍ଡକୁ ୧୫ ଲକ୍ଷ ଟଙ୍କା ଦାନ କରିଥିଲେ | ପ୍ରଥମେ ସେପ୍ଟେମ୍ବର ମାସରେ ବିଗବସ-୧୪ ସିଜିନର ପ୍ରଥମ ସୋ ପ୍ରସାରିତ ହେବାର ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ଅକ୍ଟୋବରରେ ଏହି ସୋ ଟେଲିକାଷ୍ଟ ହେବାର ଖବର ରହିଛି। ଏହି ଶୋ’ରେ କିଏ ଅଂଶଗ୍ରହଣ କରିବେ ସେନେଇ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe