News India Guru
ଇଦ୍ ଆସିବ ଆଉ ଭାଇଜାନ ସଲମାନ୍ଙ୍କ ଫିଲ୍ମ ଆସିବେନି; ଏମିତି କ’ଣ ହେଲାଣି। ଗତବର୍ଷ ଲକ୍ଡାଉନ ଯୋଗୁଁ ସଲମାନ୍ଙ୍କ ଏଇ ଟ୍ରେଣ୍ଡରେ ବିରାମ ଲାଗିଥିଲା। କିନ୍ତୁ ଚଳିତ ବର୍ଷ ସଲମାନ୍ ଏଥିରେ କୌଣସି ବୁଝାମଣା ଚାହାନ୍ତି ନାହିଁ। ସଲମାନ୍ ନିଜର ବିଗ୍ ବଜେଟ ଚଳଚ୍ଚିତ୍ର ‘ରାଧେ’ କୁ ନେଇ ବଡ଼ ଘୋଷଣା କରିଛନ୍ତି। ରାଧେ ଚଳିତ ଇଦ୍ରେ ହିଁ ମୁକ୍ତିଲାଭ କରିବ। ଏ ନେଇ ଆଗୁଆ ଟିକେଟ ବୁକିଂ ବି ସରିଲାଣି।
ଭାରତରେ କରୋନାକୁ ନେଇ ଯେଉଁ ଭଳି ସ୍ଥିତି ଉପୁଜିଛି, ଏହାକୁ ନଜରରେ ରଖି ଏହା ଫିଲ୍ମ ହଲ୍ରେ ତ’ ରିଲିଜ୍ ହୋଇପାରିବ ନାହିଁ, ହେଲେ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଛି। ଭାରତରେ ତ ଏହାକୁ ରିଲିଜ୍ କରାଯାଉଛି, ଏହାସହ ଫିଲ୍ମକୁ ୟୁଏଇର ସିନେମା ହଲ୍ରେ ମଧ୍ୟ ରିଲଜ୍ କରାଯିବ। ସଲମାନ୍ ଏ କଥା ଆଜି ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି।
Follow Us