ଅନ୍ତର୍ଜାତୀୟ ଏମି ଆୱାର୍ଡର ମନୋନୟନ ମେଡାଲରେ ସମ୍ମାନିତ ହେଲେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପତେ

ଅନ୍ତର୍ଜାତୀୟ ଏମି ଆୱାର୍ଡର ମନୋନୟନ ମେଡାଲରେ ସମ୍ମାନିତ ହେଲେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପତେ

Miss Kyra

ମୁମ୍ବାଇ: ହଲିଉଡରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ଏମି ଆୱାର୍ଡ ପାଇଁ କିଛି ଦିନ ତଳେ ମନୋନୟନ ସୂଚୀ ଜାରି କରାଯାଇଥିଲା। ଜାରି କରାଯାଇଥିବା ସୂଚୀରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପତେଙ୍କ ନାଁ ସାମିଲ ଥିବାର ଦେଖାଯାଇଥିଲା। ଏବେ ରାଧିକାଙ୍କ ପାଖକୁ ତାଙ୍କର ମନୋନୟନ ମେଡାଲ ପହଞ୍ଚି ଯାଇଥିବା ବେଳେ ସେ ତାହାର ଫଟୋ ସେୟାର କରି ନିଜର ଖୁସି ଜାହିର କରିଛନ୍ତି। ଅନ୍ତର୍ଜାତୀୟ ଏମି ଆୱାର୍ଡ ଉତ୍ସବ ସୋମବାର ହେବାକୁ ଥିବା ବେଳେ ଏହାର ପୂର୍ବ ଦିନ ମନୋନୟନ ହୋଇଥିବା ସମସ୍ତ କଳାକାରଙ୍କୁ ସେମାନଙ୍କ ମେଡାଲ ପଠାଇ ଦିଆଯାଇଛି।

publive-image

ଏହି ଉତ୍ସବ ହିଲ୍ଟାନ ନ୍ୟୁୟର୍କ ହୋଟେଲରେ ହେବ ବୋଲି ସୂଚନା ମିଳିଛି। ଚଳିତ ବର୍ଷର ଏମି ଆୱାର୍ଡ  ଭାରତ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ବଲିଉଡର ୩ଟି ଫିଲ୍ମ ସେକ୍ରେଡ ଗେମ୍ସ, ଲଷ୍ଟ ଷ୍ଟୋରିଜ୍ ଓ ଦ ରିମିକ୍ସକୁ ଆୱାର୍ଡ ପାଇଁ ମନୋନିତ କରାଯାଇଛି। ରାଧିକାଙ୍କୁ ଫିଲ୍ମ ଲଷ୍ଟ ଷ୍ଟୋରିଜ୍ ପାଇଁ ବେଷ୍ଟ ପରଫର୍ମାନ୍ସ ଆକ୍ଟ୍ରେସ୍ ବର୍ଗ ପାଇଁ ମନୋନିତ କରାଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe