ବିବାହର ୧୩ବର୍ଷ ପରେ ମା’ ହୋଇଥିବା ରାଧିକା ସେୟାର କଲେ ତାଙ୍କ କୁନି ପରୀର ଫଟୋ

Advertisment

ମହିଳା ଦିବସ ଉପଲକ୍ଷେ ରାଧିକା ସ୍ବାମୀ ବେନେଡିକ୍ଟ ଟେଲର ଓ ଝିଅଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରାଧିକା ତାଙ୍କ କନ୍ୟାର ଫଟୋ ସ୍ପଷ୍ଟ ଭାବେ ପ୍ରଥମଥର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ମହିଳା ଦିବସ ଉପଲକ୍ଷେ ରାଧିକା ସ୍ବାମୀ ବେନେଡିକ୍ଟ ଟେଲର ଓ ଝିଅଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରାଧିକା ତାଙ୍କ କନ୍ୟାର ଫଟୋ ସ୍ପଷ୍ଟ ଭାବେ ପ୍ରଥମଥର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

[]o]o

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେ କିଛିମାସ ପୂର୍ବେ ରେଡ କା‌ର୍ପେଟରେ ନଜର ଆସିଥିଲେ। ଏହି ସମୟରେ ରାଧିକା ଅନ୍ତସତ୍ତ୍ବା ଥିବା ଖବର ସାମ୍ନାକୁ ଆସିଥିଲା। ରାଧିକା ବିବାହର ଦୀର୍ଘ ୧୩ବର୍ଷ ପରେ ଗତ ୩ମାସ ପୂର୍ବେ ମା’ ହେବାର ସୌଭାଗ୍ୟ ପାଇଥିଲେ।

ମହିଳା ଦିବସ ଉପଲକ୍ଷେ ରାଧିକା ସ୍ବାମୀ ବେନେଡିକ୍ଟ ଟେଲର ଓ ଝିଅଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ରାଧିକା ସ୍ବାମୀଙ୍କ ସହିତ ଖୁବ କମ ଫଟୋ ସେୟାର କରିଥାଆନ୍ତି। ତେବେ ମା’ ହେବାପରେ ରାଧିକା ପ୍ରଥମଥର ଝିଅର ଫଟୋକୁ ସ୍ପଷ୍ଟ ଭାବେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଖୁସି ହେବାସହିତ କୁନି ରାଧିକାଙ୍କୁ ଅନେକ ଶୁଭକାମନା ଜଣାଇଛନ୍ତି। 

ରାଧିକା ମା’ ହେବାପରେ ଇନଷ୍ଟାଗ୍ରାମରେ ଏକ ଫଟୋ ସହ ସେୟାର କରିଥିଲେ । ଏହି ଫଟୋରେ ଅଭିନେତ୍ରୀ ଏକ ଲାପଟପ୍ ସାମ୍ନାରେ ବସିଥିବା ବେଳେ କୋଳରେ ଥିଲା ତାଙ୍କ ଶିଶୁ କନ୍ୟା। ଯାହାକୁ ସେ ସ୍ତନ୍ୟପାନ କରାଉଥିଲେ। 
ରାଧିକା ଏହି ସୁନ୍ଦର ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, “ମୋ ଛୁଆ ସହିତ ପ୍ରଥମ ୱାର୍କ ମିଟିଙ୍ଗ । ମଦର ଏଟ୍ ୱାର୍କ, ଏ ଭେରି ବିଉଟିଫୁଲ୍ ଚାପ୍ଟର, ଇଟ୍ସ ଏ ଗର୍ଲ, ଗର୍ଲ୍ସ ଆର ଦ ବେଷ୍ଟ ଭଳି ହ୍ୟାସଟ୍ୟାଗ୍ ବ୍ୟବହାର କରିଥିଲେ।’


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe