ରାଧିକାଙ୍କ ସହ ମୋର କୌଣସି ପ୍ରେମ ସମ୍ପର୍କ ନଥିଲା, ମିଥ୍ୟା ଖବର ପ୍ରଚାର ହେଉଛି: ଅଭିନେତା ଇନାମ୍

Advertisment
New Project (3)

ଗୁରୁଗ୍ରାମ: ଦିଲ୍ଲୀ ସଂଲଗ୍ନ ଗୁରୁଗ୍ରାମରେ ଝିଅର ସଫଳତା ଦେଖିନପାରି ଜଣେ ବାପା ତା’ ଝିଅକୁ ହତ୍ୟା କରିବା ଖବର ଏବେ ଚର୍ଚ୍ଚାରେ। ୨୫ବର୍ଷୀୟ ରାଜ୍ୟସ୍ତରୀୟ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ନିଜ ବାପା ଦୀପକ ଯାଦବ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ କରୁଥିବା ‌ବେଳେ ବିଭିନ୍ନ ଦିଗ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟା କରିବା ପାଇଁ ଅଭିଯୁକ୍ତ ବାପା ୧୫ଦିନ ହେଲା ଯୋଜନା କରୁଥିଲା।

ତେବେ ଏସବୁ ମଧ୍ୟରେ ରାଧିକାଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତା ଇନାମ୍ ଉଲ୍ ହକ୍‌ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ଦାବି କରାଯାଉଛି। ଦୁହିଁଙ୍କ ରୋମଣ୍ଟିକ୍ ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଇନାମ୍।

ଜାତୀୟ ଗଣମାଧ୍ୟମ ଏବିପି ନିଉଜ୍‌କୁ ସାକ୍ଷାତକାର ଦେଇ ଇନାମ୍ କହିଛନ୍ତି ଯେ, "ଆମେ ଦୁହେଁ ଏକ ମ୍ୟୁଜିକ୍ ଭିଡିଓ କରିଥିଲୁ। ତାଙ୍କ ସହିତ ମୋର କୌଣସି ପ୍ରେମ ସମ୍ପର୍କ ନଥିଲା। ରାଧିକାଙ୍କ ମା’ ଆମ ସହିତ ସେଟରେ ଥିଲେ, ତାଙ୍କ ବାପା ଆମ କାମକୁ ପସନ୍ଦ କରିଥିଲେ। ରାଧିକାଙ୍କ ସହିତ ମୋର ସମ୍ପର୍କ କେବଳ ବୃତ୍ତିଗତ। ତାଙ୍କ ସହ ବନ୍ଧୁତା କିମ୍ବା ପ୍ରେମ ସମ୍ପର୍କ ନଥିଲା। ମୋ ଟିମ୍ ସୁଟିଂ ପାଇଁ ଦିଲ୍ଲୀ ଆସିବା ପରେ ଟିମ୍‌ର ଜଣେ ସଦସ୍ୟ ମୋ ପାଖକୁ ଆସି କହିଲେ ଯେ, ରାଧିକା ଅଭିନୟ କରିବାକୁ ଚାହାଁନ୍ତି। ଏହା ପରେ ମୁଁ ରାଧିକାଙ୍କୁ ମ୍ୟୁଜିକ୍ ଭିଡିଓରେ କାମ କରିବାର ଅଫର ଦେଇଥିଲି। କିନ୍ତୁ ରାଧିକାଙ୍କୁ ପ୍ରଥମେ ନିର୍ଦ୍ଦେଶକ ତାଙ୍କ ବୟସ କମ ବୋଲି କହି ମନା କରିଦେଇଥିଲେ, କାରଣ ପ୍ରଥମେ ଥିବା ହିରୋଙ୍କ ବୟସ ଅଧିକ ଥିଲା। ପରେ ସେ ଅଭିନେତା ମନା କରିବା ପରେ ମୋତେ ମ୍ୟୁଜିକ୍ ଭିଡିଓ ଅଫର କରାଯାଇଥିଲା। ମୋ ବୟସ ତାଙ୍କ ସହ ସମାନ ଥିବାରୁ ଆମେ ଦୁହେଁ ସେହି ମ୍ୟୁଜିକ୍ ଭିଡିଓ କରିଥିଲୁ। ଗୀତ ରିଲିଜ୍ ପରେ କୌଣସି ଯୋଗାଯୋଗ ନଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe