ଛାଡ଼ପତ୍ର ପରେ ଦ୍ବିତୀୟ ବିବାହ କଲେ ରଫତାର

Advertisment

ବଲିଉଡ ରାପର୍ ରଫତାର, ଫ୍ୟାଶନ୍ ଷ୍ଟାଇଲିଷ୍ଟ ତଥା ଅଭିନେତ୍ରୀ ମନରାଜ ଜୱାଣ୍ଡାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଛନ୍ତି।

ବଲିଉଡ ରାପର୍ ରଫତାର, ଫ୍ୟାଶନ୍ ଷ୍ଟାଇଲିଷ୍ଟ ତଥା ଅଭିନେତ୍ରୀ ମନରାଜ ଜୱାଣ୍ଡାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଛନ୍ତି।

trag

ନୂଆଦିଲ୍ଲୀ: ବଲିଉଡ ରାପର୍ ରଫତାର ଫ୍ୟାଶନ୍ ଷ୍ଟାଇଲିଷ୍ଟ ମନରାଜ ଜୱାଣ୍ଡାଙ୍କୁ ବିବାହ କରିଛନ୍ତି। ଜାତୀୟ ଗଣମାଧ୍ୟମ ମୁତାବକ, ଏହି ଦମ୍ପତି ଜାନୁଆରି ୩୧ତାରିଖରେ ବିବାହ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାମ୍ନାକୁ ଆସିଥିବା ବିବାହର ପ୍ରଥମ ଫଟୋରେ, ବର ଏବଂ କନ୍ୟା ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି। ଦୁହେଁ ପରସ୍ପରକୁ ଦେଖି ହସୁଥିବାର ଦେଖାଯାଇଛି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ଦୁହିଁଙ୍କୁ ଶୁଭେଚ୍ଛା ଦେଇଛନ୍ତି ସେମାନଙ୍କ ପ୍ରଶଂସକ।

ବିବାହ ଫଟୋ ପୂର୍ବରୁ ହଳଦୀ ଉତ୍ସବର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ଦମ୍ପତି ମଜା କରୁଥିବାର ଦେଖାଯାଇଥିଲା।

ଦୁହେଁ ହଳଦିଆ ଏବଂ ଧଳା ରଙ୍ଗର ପୋଷାକକୁ ମ୍ୟାଚ୍ କରି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସଙ୍ଗୀତ୍ ସମାରୋହର ଏକ ଭିଡିଓରେ, ରଫତାର ଏବଂ ମନରାଜଙ୍କୁ 'ସପନେ ମେଁ ମିଲତି ହେ' ଗୀତରେ ନାଚୁଥିବାର ଦେଖାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରଫତାର ପୂର୍ବରୁ କୋମଲ ବୋହରାଙ୍କୁ ବିବାହ କରିଥିଲେ। ପାଞ୍ଚ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଦୁହେଁ ଡିସେମ୍ବର ୨୦୧୬ରେ ବିବାହ କରିଥିଲେ। ହେଲେ ୨୦୨୦ ମସିହାରେ ଦୁହେଁ ଛାଡପତ୍ର ପାଇଁ ଆବେଦନ କରିଥିଲେ। ନ୍ୟୁଜ୧୮ ରିପୋର୍ଟ ଅନୁଯାୟୀ, ଜୁନ୍ ୨୦୨୨ରେ ସେମାନଙ୍କର ଛାଡପତ୍ର ଆବେଦନକୁ ଗ୍ରହଣ କରିଥିଲେ କୋର୍ଟ। ମନରାଜଙ୍କ ବିଷୟରେ କହିବାକୁ ଗଲେ, ସେ ପେସାରେ ଜଣେ ଫ୍ୟାଶନ୍ ଷ୍ଟାଇଲିଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe