ମୁମ୍ବାଇ: ୨୦୨୩ବର୍ଷ ଖ୍ରୀଷ୍ଟମାସ ଅବସରରେ ବଲିଉଡର ଷ୍ଟାର ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଥିଲେ। ଏହି ଦମ୍ପତି ସେମାନଙ୍କ ଝିଅ ରାହାଙ୍କ ଚେହେରା ଦେଖାଇଥିଲେ। ରାହାଙ୍କ ଜନ୍ମ ହେବା ପରଠାରୁ ସେ କିଭଳି ଦିଶୁଛନ୍ତି, ଏହା ଜାଣିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା। ଏହି ଉତ୍କଣ୍ଠାର ଅନ୍ତ ଘଟାଇ ରଣବୀର-ଆଲିଆ ଝିଅର ମୁହଁ ସମସ୍ତଙ୍କୁ ଦେଖାଇଥିଲେ। ଏହା ପରେ ରାହାଙ୍କ ଅନେକ ଭିଡିଓ ଭାଇରାଲ ହୋଇସାରିଛି। କିଛି ଦିନ ତଳେ କ୍ୟାମେରା ଦେଖିବା ପରେ ରାହା 'ଫ୍ଲାଇଙ୍ଗ କିସ୍' ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା।
ଏବେ ରାହା, ବାପା ରଣବୀରଙ୍କ ସହ ଖେଳିବାର ସମୟର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରାହା, ରଣବୀରଙ୍କ ସହ ଦୌଡ଼ ପ୍ରତିଯୋଗିତା କରୁଛନ୍ତି। ପ୍ରଥମେ ସେ କିଛି ବାଟ ଦୌଡ଼ିବା ପରେ ରଣବୀର ବସିଥିବା ଦେଖି ତାଙ୍କ ପାଖକୁ ଆସୁଛନ୍ତି ଏବଂ ବାପା ଉଠ ବୋଲି କହୁଛନ୍ତି। ଏହା ପରେ ରଣବୀର ଉଠି ରାହାଙ୍କ ସହ ଦୌଡ଼ୁଛନ୍ତି। ଦୁହିଁଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବା ସହ ଲୋକଙ୍କ ମନ କିଣିଛି।
Follow Us