ରହମାନ୍-ସାଇରା: କିଛି ଜଣା କିଛି ଅଜଣା

ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ୍ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ବିବାହ ବିଚ୍ଛେଦ ଖବର ଏବେ ସର୍ବଜନବିଦିତ। ସେମାନଙ୍କ ବିବାହକୁ ୩୦ ବର୍ଷ ପୂରିବାକୁ ମାତ୍ର ଗୋଟାଏ ବର୍ଷ ବାକି ଥିବା ବେଳେ ଭାଙ୍ଗିଯାଇଛି ଦାମ୍ପତ୍ୟର ପ୍ରାଚୀର।

00

ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ୍ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ବିବାହ ବିଚ୍ଛେଦ ଖବର ଏବେ ସର୍ବଜନବିଦିତ। ସେମାନଙ୍କ ବିବାହକୁ ୩୦ ବର୍ଷ ପୂରିବାକୁ ମାତ୍ର ଗୋଟାଏ ବର୍ଷ ବାକି ଥିବା ବେଳେ ଭାଙ୍ଗିଯାଇଛି ଦାମ୍ପତ୍ୟର ପ୍ରାଚୀର। ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ସଂପର୍କରେ କିଛି ଜଣା ଓ ଅଜଣା କଥା ନିମ୍ନରେ ଉଲ୍ଲେଖ କରାଯାଇଛି।

 ୨୯ ବର୍ଷ ତଳେ ଆୟୋଜିତ ବିବାହ କରିଥିଲେ ଏ. ଆର୍. ରହମାନ୍ ଓ ସାଇରା ବାନୁ।
 ସାଇରାଙ୍କୁ ରହମାନଙ୍କ ମାଆ ଏକ ମନ୍ଦିରରେ ଦେଖିବା ପରେ ପ୍ରଥମ ନଜରରେ ପସନ୍ଦ କରି ତାଙ୍କ ଘରକୁ ପ୍ରସ୍ତାବ ନେଇ ଯାଇଥିଲେ। ସାଇରାଙ୍କ ଘର ସେହି ମନ୍ଦିର ପାଖରେ ଥିଲା ଏବଂ ସେଦିନ ହିଁ ରହମାନଙ୍କ ମାଆ ସାଇରାଙ୍କୁ ପ୍ରଥମେ ଜାଣିଲେ।
  କାର୍ଯ୍ୟବ୍ୟସ୍ତତା ହେତୁ ନିଜ ପାଇଁ ଝିଅ ଦେଖିବାକୁ ରହମାନ୍‌ଙ୍କ ନିକଟରେ ସମୟ ନଥିବାରୁ ତାଙ୍କ ବିବାହ ଦାୟିତ୍ବ ସେ ମାଆ ଓ ଭଉଣୀଙ୍କୁ ସମର୍ପିଥିଲେ।
 ନିଜର ୨୮ତମ ଜନ୍ମଦିନରେ (୧୯୯୫ ମସିହା ଜାନୁଆରି ୬ ତାରିଖ) ସାଇରାଙ୍କୁ ପ୍ରଥମେ ଭେଟିଥିଲେ ରହମାନ୍।
 ସାକ୍ଷାତ ପରେ ଫୋନ୍‌ରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା ଓ ପରେ ସେହିବର୍ଷ ମାର୍ଚ୍ଚ ୧୨ ତାରିଖରେ ଏ. ଆର୍. ରହମାନ୍ ଓ ସାଇରା ବାନୁ ପରସ୍ପରଙ୍କୁ ବିବାହ କରିଥିଲେ।
 ଏ. ଆର୍. ରହମାନ୍ ୧୯୬୭ ମସିହା ଜାନୁଆରିରେ ଜନ୍ମଲାଭ କରିଥିବା ବେଳେ ସଇରାଙ୍କ ଜନ୍ମ ୧୯୭୩ ମସିହା ଡିସେମ୍ବରରେ। ଉଭୟଙ୍କ ମଧ୍ୟରେ ବୟସର ବ୍ୟବଧାନ ପ୍ରାୟ ୭ ବର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe