ଆରୟନ ଜେଲରେ ଥିବା ବେଳେ ରାହୁଲଗାନ୍ଧି ଶାହାରୁଖଙ୍କୁ ଲେଖିଥିଲେ ଏଭଳି ଚିଠି

Advertisment
ଆରୟନ ଜେଲରେ ଥିବା ବେଳେ ରାହୁଲଗାନ୍ଧି ଶାହାରୁଖଙ୍କୁ ଲେଖିଥିଲେ ଏଭଳି ଚିଠି

ନୂଆଦିଲ୍ଲୀ: ମୁମ୍ବାଇର ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ସମେତ ଅନେକ ଲୋକଙ୍କ ଉପରେ ଚଢ଼ାଉ କରିଥିଲା। ଏହାପରେ ଆରୟନଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଆରୟନଙ୍କୁ ଜାମିନରେ ଆଣିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା। ଏଭଳି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶାହାରୁଖ ଖାନଙ୍କୁ ,ଏକ ଚିଠି ଲେଖିଥିଲେ।

ସେହି ଚିଠିରେ ରାହୁଲ ଗାନ୍ଧି ଶାହାରୁଖ ଖାନଙ୍କ ସାହାସ ବଢ଼ାଇ କହିଥିଲେ, ‘ଦେଶ ଆପଣଙ୍କ ସହିତ ଅଛି।’

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଆରୟନ ଖାନଙ୍କୁ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଅକ୍ଟୋବର ୨ ରେ  ଏନସିବି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଧରିଥିଲା। ଅନେକ ଚେଷ୍ଟା କରିବା ପରେ ଆରୟନ ଖାନଙ୍କ ଓକିଲମାନେ ତାଙ୍କୁ ଜାମିନ ଦେବାରେ ସକ୍ଷମ ହୋଇଥିଲେ।

ଜାମିନରେ ମୁକ୍ତ ହେବା ପରେ ଅକ୍ଟୋବର ୩୦ରେ ଆରୟନ ଖାନ୍ ତାଙ୍କ ଘରେ ପହଞ୍ଚିବା ପରେ ପ୍ରଶଂସକମାନେ ଜୋରଦାର ସେଲିବ୍ରେସନ କରିଥିଲେ। ପୁଅକୁ ଆଣିବା ପାଇଁ ଶାହାରୁଖ ଖାନ ନିଜେ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଆରୟନ ଖାନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ୨୨ ଦିନ ବିତାଇବାକୁ ପଡିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe