ଆଜି ପରଦାକୁ ଫେରୁଛନ୍ତି ଏହି ଓଲିଉଡ ଖଳନାୟକ

Advertisment
ଆଜି ପରଦାକୁ ଫେରୁଛନ୍ତି ଏହି ଓଲିଉଡ ଖଳନାୟକ

ଭୁବନେଶ୍ୱର: ଆଜି ଓଲିଉଡର ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କୁ ବେଶ୍‌ କିଛି ଦିନ ବ୍ୟବଧାନରେ ପୁଣି ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ।ସେ ଏବେ ଏକ ଓଡ଼ିଆ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ହଁ ଏଠାରେ ଯେଉଁ ଓଡ଼ିଆ ସିନେମା କଥା କୁହାଯାଉଛି, ତାହାର ଶୀର୍ଷକ ହେଲା ‘ତୁ ମୋ’ ସୁନା ଚଢେଇ’। ଏହା ଆଜି ରିଲିଜ୍‌ ହେଉଛି।ଏହି ସିନେମାରେ ରାଇମୋହନଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଅଘୋରୀ। ସେ ଜଣେ ଭୟାନକ ତାନ୍ତ୍ରିକ ଭୂମିକାରେ ନଜର ଆସିବେ, ଯିଏ କି ଇଚ୍ଛାଧାରୀ ନାଗୁଣୀଙ୍କୁ ବଶୀଭୂତ କରିବାକୁ ଚାହେଁ।

publive-image

ଏଥିରେ ରାଇମୋହନଙ୍କ ବ୍ୟତୀତ ଜ୍ୟୋତି,ଏଲ୍‌ସା, ଜୟା ସ୍ୱାମୀ ଓ କେକେ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌.ଦିଲୀପ ପଣ୍ଡା। ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ।‘ତୁ ମୋ’ ସୁନା ଚଢେଇ’ ରେ ରାଇମୋହନ ଦର୍ଶକଙ୍କୁ ପୁଣି ଡରାଇ ନିଜର କମାଲ ଦେଖାଇବେ ବୋଲି ଆଶା କରାଯାଉଛି।ଏଠାରେ ସୂଚନାଯୋଗ୍ୟ ଯେ ରାଇମୋହନ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe