ତୁର୍କୀରେ ଏବେ ବି ରାଜ୍‌ କପୁର ଲୋକପ୍ରିୟ

Advertisment
ତୁର୍କୀରେ ଏବେ ବି ରାଜ୍‌ କପୁର ଲୋକପ୍ରିୟ

Hindustan

ହିନ୍ଦୀ ସିନେମାର ସୋ-ମ୍ୟାନ୍‌ ଭାବେ ପରିଚିତ ରାଜ୍‌ କପୁରଙ୍କ ଲୋକପ୍ରିୟତା ଭାରତ ବାହାରକୁ ବ୍ୟାପିଛି। ତୁର୍କୀରେ ବି ସେ ବେଶ୍‌ ଲୋକପ୍ରିୟ ଥିଲେ। ରାଜ କପୁରଙ୍କର ୯୬ତମ ଜୟନ୍ତୀ ଅବସରରେ ଅଭିନେତା ଶତ୍ରୁଘ୍ନ ସିହ୍ନା ତୁର୍କୀର ଏକ ବିବାହର ଭିଡିଓ ସେୟାର କରିଛନ୍ତି। ସେଇ ଭିଡିଓରେ ରାଜ କପୁର୍‌ଙ୍କ ଗୀତ ‘ଆୱାରା ହୁଁ..’ର ସଂଗୀତ ବାଜୁଥିବା ବେଳେ ଲୋକେ ସେହି ଗୀତର ନୃତ୍ୟରେ ତଲ୍ଲୀନ ଥିବା ଦେଖିବାକୁ ମିଳୁଛି। ଶଙ୍କର ଜୟକିଶନଙ୍କ ସଂଗୀତ ନିର୍ଦେଶନାରେ ଏହି ଗୀତକୁ ଗାଇଥିଲେ ମୁକେଶ। ଏହି ଭିଡିଓ ସେୟାର କରି ଶତ୍ରୁଘ୍ନ ସିହ୍ନା ରାଜ କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe