Advertisment

ଏହି ଯୁବତୀଙ୍କ ସହିତ ‘ଆରେଂଜ୍‌ ମ୍ୟାରେଜ୍‌’ କରିବେ ରାଜକୁମାର ରାଓ

Advertisment
ଏହି ଯୁବତୀଙ୍କ ସହିତ ‘ଆରେଂଜ୍‌ ମ୍ୟାରେଜ୍‌’ କରିବେ ରାଜକୁମାର ରାଓ

ଅଭିନେତା ରାଜକୁମାର ରାଓ ବଲିଉଡରେ ବେଶ୍‌ ସଫଳ ଓ ଚର୍ଚ୍ଚିତ। ତାଙ୍କର ଜଣେ ଗର୍ଲ ଫ୍ରେଣ୍ଡ ଅଛନ୍ତି। ସେ ହେଲେ ଅଭିନେତ୍ରୀ ପତ୍ରଲେଖା। ଏଯାଏଁ ସେ ଦୁହେଁ ବାହା ହୋଇନାହାନ୍ତି। କିନ୍ତୁ ଖୁବ୍‌ ଶୀଘ୍ର ଏହି ଯୁବତୀ ଜଣକ ରାଜକୁମାର ରାଓଙ୍କୁ ଆରେଂଜ ମ୍ୟାରେଜ୍‌ କରିବେ।

ରାଜକୁମାର ରାଓଙ୍କୁ ବିଭିନ୍ନ ସ୍ଥାନରେ ଅଭିନେତ୍ରୀ ପତ୍ରଲେଖାଙ୍କ ସହିତ ଏକାଠି ଦେଖିବାକୁ ମିଳୁଛି। ସେ ଦୁହେଁ ଲିଭ୍‌ ଇନରେ ଅବଶ୍ୟ ନାହାନ୍ତି, ମାତ୍ର ପ୍ରେମିକ-ପ୍ରେମିକା ଭାବେ ବେଶ୍‌ ଲୋକପ୍ରିୟ। ରାଜକୁମାର ରାଓ ଏବଂ ପତ୍ରଲେଖା ଏକାଠି ପ୍ରଥମେ ୨୦୧୪ର ସିନେମା ‘ସିଟି ଲାଇଟ୍‌ସ’ରେ କାମ କରିଥିଲେ। ସେହି ସମୟରେ ଉଭୟଙ୍କର ପରସ୍ପର ପ୍ରତି ଆକର୍ଷଣ ଥିଲା। ପରେ ଏହା ପ୍ରେମରେ ପରିଣତ ହୋଇଛି।

ରାଜକୁମାର ରାଓ ଏବଂ ପତ୍ରଲେଖା ପୁଣି ଥରେ ଏକାଠି ସ୍କ୍ରିନ୍‌ ସେଆର୍‌ କରିବାକୁ ଯାଉଛନ୍ତି। ହଁ ସେ ଦୁହେଁ ଯେଉଁ ଫିଲ୍ମରେ କାମ କରିବାକୁ ଯାଉଛନ୍ତି, ତା’ର ଟାଇଟଲ ହେଲା ‘ଆରେଂଜ ମ୍ୟାରେଜ୍‌’। ଏହାର ନିର୍ଦ୍ଦେଶକ ହେଲେ ପ୍ରଦୀପ ସରକାର।

ନିର୍ଦ୍ଦେଶକ ପ୍ରଦୀପ ସରକାର ‘ହେଲିକେପ୍ଟର ଇଲା’ ପରେ ‘ଆରେଂଜ ମ୍ୟାରେଜ୍‌’ ସିନେମା ତିଆରି କରୁଛନ୍ତି।

publive-image

ଏ ସମ୍ପର୍କରେ ପତ୍ରଲେଖା କହନ୍ତି ଯେ ତାଙ୍କ ପାଖକୁ ପ୍ରଦୀପ ଦାଦାଙ୍କ ଅଫିସରୁ ଫୋନ୍‌ କଲ୍‌ ଆସିଥିଲା। ସେ ଖୁବ୍‌ ଖୁସି ହୋଇଥିଲା, କାରଣ ପ୍ରଦୀପ ଦା’ଙ୍କ ଫିଲ୍ମ ‘ପରିଣୀତା’ ହେଉଛି ତାଙ୍କର ଅଲଟାଇମ୍‌ ଫେଭରିଟ୍‌ ଫିଲ୍ମ। ସେ ‘ଆରେଂଜ ମ୍ୟାରେଜ୍‌’ ଫିଲ୍ମର କାହାଣୀ ଶୁଣିବା ମାତ୍ରେ ତତ୍‌କ୍ଷଣାତ୍‌ ‘ହଁ’ ଭରିଛନ୍ତି।

ତେବେ ବ୍ୟକ୍ତିଗତ ଜୀବନରେ ପତ୍ରଲେଖା ଆରେଂଜ ମ୍ୟାରେଜ୍‌ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe